26.7 C
Bhubaneswar
Friday, April 19, 2024
Homeଓଡିଶାଶିଶୁର ଶ୍ୱାସନଳୀ ରୁ ବାହାରିଲା ହୁଇସିଲ : ସମ ଅଲଟିମେଟ ମେଡ଼ିକେଆର ରେ ବିରଳ ଅସ୍ତ୍ରୋପଚାର

ଶିଶୁର ଶ୍ୱାସନଳୀ ରୁ ବାହାରିଲା ହୁଇସିଲ : ସମ ଅଲଟିମେଟ ମେଡ଼ିକେଆର ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲ ର ଡାକ୍ତର ସଫଳତାର ସହ 4 ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି ।

ସୋନପୁର ଅଂଚଳର ମିନୁ ମିଶ୍ର ନାମକ ଶିଶୁ କନ୍ୟାଟି ହୁଇସିଲ ସହିତ ଖେଳୁଥିବା ବେଳେ ଭୁଲବଶତଃ ଏହାକୁ ଗିଳି ଦେଇଥିଲା । ଏହି ହୁଇସିଲଟି ଶିଶୁଟିର ଶ୍ୱାସନଳୀରେ ଅଟକି ଯିବା ଫଳରେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର ହୁଇସିଲରେ ଥିବା ଛୋଟ କଣା ଦ୍ୱାରା ସେ ବହୁ କଷ୍ଟରେ ନିଶ୍ୱାସ ନେଇ ପାରୁଥିଲା । କିନ୍ତୁ ଯେଉଁ ସମୟରେ ସେ ନିଶ୍ୱାସ ନେଉଥିଲା ସେହି ସମୟରେ ତା ଶରୀରରୁ ହୁଇସିଲ ବାଜିବାର ଶବ୍ଦ ବାହାରୁଥିଲା ।

 କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକ ଡାଉନରେ ଥିବା ବେଳେ ଶିଶୁଟିର ପରିବାର ଖୁବ କଷ୍ଟ ସ୍ବୀକାର କରି ଭୁବନେଶ୍ୱର ଆସି ସମ ଅଲଟିମେଟ ମେଡିକେଆର ରେ ଶିଶୁକୁ ଭର୍ତି କରାଇଥିଲେ ।

ହସ୍ପିଟାଲର ଇଏନଟି ଆଣ୍ଡ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ଏଣ୍ଡୋସ୍କୋପିକ ପଦ୍ଧତିରେ ଅପଟିକାଲ ଫୋରସେପ ସାହାଯ୍ୟରେ ହୁଇସିଲ ଟିକୁ କାଢ଼ିବାରେ ସକ୍ଷମ ହୋଇଥିଲେ ।

ଏହି ପ୍ରକ୍ରିୟା ଖୁବ ଜଟିଳ ଥିଲା କାରଣ ମାତ୍ର କିଛି ମିନିଟ ମଧ୍ୟରେହିଁ ହୁଇସିଲଟି କଢାଯିବାର ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ ।

ଏହି ବିରଳ ଅସ୍ତ୍ରୋପଚାରରେ ହସ୍ପିଟାଲର ଅନାସଥେସିଆ ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଡାକ୍ତର ଭବାନୀ ପତି, ଡାକ୍ତର ରଂଜିତ ପତି ଏବଂ ଡାକ୍ତର ସୂରୁପା ଦେବୀପ୍ରଦା ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ ।
ଏହି ପ୍ରକ୍ରିୟା ଖୁବ ବିପଦପୂର୍ଣ୍ଣ  ଥିଲା କାରଣ ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଏହା ସମ୍ପାଦନ କରାଯାଇନଥିଲେ ଶିଶୁଟିର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ ।

ସମ ଅଲଟିମେଟ ମେଡ଼ିକେଆର ଠାରେ ଏଭଳି ଉନ୍ନତଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ସାହୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking