27.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୫ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୫ ବର୍ଷ ଜେଲ୍

ବ୍ରହ୍ମପୁର : ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଭଞ୍ଜନଗର ଅଞ୍ଚଳର ଯୁବକ ଶିବ ସାହୁଙ୍କୁ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଦର୍ଶାଇ ସ୍ଥାନୀୟ ଏଡିଜେ(୨) ୧୫ ବର୍ଷ ଜେଲ୍ ଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଏହାସହ ୬ ବର୍ଷର ନାବାଳିକାଙ୍କୁ ତୁରନ୍ତ ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାପାଇଁ ମଧ୍ୟ ଲିଗାଲ୍‌ଏଡ୍‌କୁ ଏଡିଜେ(୨) ନିର୍ଦ୍ଦେଶ ଦେଇଛନ୍ତି । ୧୦ ହଜାର ଟଙ୍କା ଜୋରିମାନା ନ ଦେଲେ ଆଉ ୬ ମାସ ଜେଲ୍ ଦଣ୍ଡର ନିର୍ଦ୍ଦେଶ ରହିଛି ।
ସୂଚନା ଅନୁଯାୟୀ, ଭଞ୍ଜନଗର ଅଞ୍ଚଳର ଏକ ସାହି ନିକଟରେ ନିଜ ଦୋକାନରେ ଶିବ ସାହୁ ବସିଥିଲେ । ୨୦୧୪ ଅଗଷ୍ଟ ମାସ ୩୦ ତାରିଖ ଦିନ ସେହି ଅଞ୍ଚଳର ୬ ବର୍ଷର ନାବାଳିକା କ୍ଷୀର ଆଣିବା ପାଇଁ ଉକ୍ତ ଦୋକାନକୁ ଯାଇଥିବାବେଳେ ଶିବ ତାକୁ ଦୋକାନ ଭିତରକୁ ଡାକିଥିଲେ । ନାବାଳିକା କ୍ଷୀର ଆଣିବା ପାଇଁ ଦୋକାନ ଭିତରକୁ ଯିବା ମାତ୍ରେ ଅଭିଯୁକ୍ତ ଶିବ ତୁରନ୍ତ ନାବାଳିକାଙ୍କ ପାଟି ବନ୍ଦ କରିବା ସହ ଏକ ପ୍ରକୋଷ୍ଠରେ ଦୁଷ୍କର୍ମ କରିଥିଲା ।
ଘଟଣା ସମ୍ପର୍କରେ କାହାରିକୁ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲେ । ପରେ ନାବାଳିକା ଘରକୁ ଆସି ନିଜ ମାକୁ ସମସ୍ତ ଘଟଣା କହିଥିଲେ । ଏନେଇ ନାବାଳିକାଙ୍କ ବାପା ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ତୁରନ୍ତ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିବଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ତୁରନ୍ତ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ଘଟଣା ଦିନଠାରୁ ଆଜି ପର୍ଯ୍ୟନ୍ତ ଜେଲ ହାଜତରେ ଶିବ ରହିଥିବାବେଳେ ଆଜି ତାଙ୍କ କେସ୍‌ର ବିଚାରଣା ଏଡିଜେ(୨) କୋର୍ଟରେ ହୋଇଥିଲ । ପ୍ରାୟ ୧୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ଅଭିଯୁକ୍ତଙ୍କୁ ଆଜି ୧୫ ବର୍ଷ ଜେଲ ଦଣ୍ଡ ସହ ଜୋରିମାନାର ଆଦେଶ ଦିଆଯାଇଛି । ଏହା ସହ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ତୁରନ୍ତ ଦେବା ପାଇଁ ଲିଗାଲ୍‌ଏଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking