38.1 C
Bhubaneswar
Saturday, April 20, 2024
Homeଓଡିଶାଭୁବନେଶ୍ୱରରେ ଆରମ୍ଭ ହେଲା ରାପିଡ ଟେଷ୍ଟ

ଭୁବନେଶ୍ୱରରେ ଆରମ୍ଭ ହେଲା ରାପିଡ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୬୧ କରୋନା ରୋଗୀଙ୍କ ମଧ୍ୟରୁ ୪୬ ଜଣ ହେଉଛନ୍ତି କେବଳ ଭୁବନେଶ୍ୱରର । ସେଥିପାଇଁ ହଟସ୍ପଟ ହୋଇଥିବା ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଂଟିବଡ଼ି ରାପିଡ୍ ଟେଷ୍ଟ । କରୋନା ଭୂତାଣୁ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଏହି ଟେଷ୍ଟ କରାଯାଏ ।
ଏଥିରେ ରକ୍ତ ନମୂନା ପରୀକ୍ଷା କରାଯାଏ । ମାତ୍ର ୧୫ରୁ ୨୦ ମିନିଟ୍ ଭିତରେ ରିପୋର୍ଟ ଆସେ। ଯଦି ନମୂନା ରିପୋର୍ଟ ପଜିଟିଭ୍ ଆସେ, ତେବେ ପୁଣି ଥରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା କରାଯାଇଥାଏ ।
କରୋନା ହଟସ୍ପଟ ମୁକ୍ତ କରିବା ପାଇଁ ଭୁବନେଶ୍ୱରରେ ମାସ ସାମ୍ପୁଲ ଟେଷ୍ଟ ଆରମ୍ଭ ହୋଇଛି । ବିଏମସି ପକ୍ଷରୁ ୩ଟି ଜୋନ ବିଏମସି ନର୍ଥ ଜୋନ୍, ସାଉଥ ଜୋନ୍ ଏବଂ ସାଉଥ ଇଷ୍ଟ ଜୋନ୍ରେ ସାମ୍ପଲ ସଂଗ୍ରହ କରାଯାଉଛି । ଏଥିପାଇଁ ୧୩ ଟି ଟିମ ଗଠନ କରି ଆରମ୍ଭ ହୋଇଛି ନମୂନା ସଂଗ୍ରହ ଅଭିଯାନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking