34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ ଉଡ଼ାଇଲେ ରାଫେଲ୍ ଫାଇଟର ଜେଟ୍‌

ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ ଉଡ଼ାଇଲେ ରାଫେଲ୍ ଫାଇଟର ଜେଟ୍‌

ଭୁବନେଶ୍ୱର : ରାଫେଲ ଉଡ଼ାଇଲେ ଓଡ଼ିଆ । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ ଉଡ଼ାଇଲେ ରାଫେଲ୍ ଫାଇଟର ଜେଟ୍ । ପଶ୍ଚିମବଙ୍ଗର ହାସିମାରା ଏୟାରବେସ୍‌ରୁ ରାଫେଲ୍ ଫାଇଟର ଜେଟ୍ ଉଡ଼ାଇଛନ୍ତି । ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ । ଚୀନ୍‌କୁ ଜବାବ ଦେବାକୁ ରାଫେଲ ହେଉଛି ମୁଖ୍ୟ ଅସ୍ତ୍ର । ଶତ୍ରୁ ରାଷ୍ଟ୍ରକୁ ମୁହଁତୋଡ଼ ଜବାବ ଦେବାକୁ ଭାରତର ପୂର୍ବ କ୍ଷେତ୍ରରେ ଏକାଠି ହେଲେ ସେନାର ୪ ପ୍ରମୁଖ କମାଣ୍ଡ । ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ, ଇଷ୍ଟର୍ଣ୍ଣ ନାଭି, ଇଷ୍ଟର୍ଣ୍ଣ ଏୟାର ଫୋର୍ସ ଏବଂ ପୋର୍ଟ ବ୍ଲାୟାର ଟ୍ରାଇ କମାଣ୍ଡ ମୁଖ୍ୟ ଏକାଠି ହୋଇଛନ୍ତି । ଅରୁଣାଚଳ ପ୍ରଦେଶରୁ ଭାରତ ମହାସାଗର ପର୍ଯ୍ୟନ୍ତ ଚୀନ୍‌କୁ ଜବାବ ଦେବାକୁ ପ୍ରସ୍ତୁତିକୁ ଆହୁରି ମଜଭୁତ କରିବାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ୪ ଜଣ ଅପରେସନ୍ କମାଣ୍ଡ ଏକତ୍ରିତ ହୋଇ ଆଲୋଚନା କରିଥିଲେ । ଲେଫ୍ଟନାଣ୍ଟ ଜେନେରାଲ୍ ଆରପି କାଲିଟା, ଭାଇସ ଆଡମିରାଲ ବି. ଦାସଗୁପ୍ତା, ଏୟାର ମାର୍ଶଲ ଡି.କେ ପଟ୍ଟନାୟକ ଏବଂ ଲେଫ୍ଟନାଣ୍ଟ ଜେନେରାଲ ଅଜାଇ ସିଂ ସିଂଲଙ୍ଗରେ ସାକ୍ଷାତ କରି ସମସ୍ତ ବାଧାବିଘ୍ନକୁ ଦୂର କରିବାର ଉପାୟ ବିଷୟରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking