40.1 C
Bhubaneswar
Wednesday, April 24, 2024
Homeଅପରାଧ୬ ମାସ ଧରି ନାବାଳିକାକୁ ଗଣଦୁଷ୍କର୍ମ

୬ ମାସ ଧରି ନାବାଳିକାକୁ ଗଣଦୁଷ୍କର୍ମ

ମୁମ୍ବାଇ: ମହାରାଷ୍ଟ୍ରରେ ଛାତିଥରା ଘଟଣା । ଦୀର୍ଘ ୬ମାସ ଧରି ଜଣେ ନାବାଳିକା ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହେଁ ୪୦୦ ଜଣ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ଏବେ ନାବାଳିକା ଜଣଙ୍କ ୨ ମାସର ଗର୍ଭବତୀ ଥିବା ଜଣାପଡିଛି । ଏନେଇ ନାବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ଚାଇଲ୍ଡ ମ୍ୟାରେଜ ଆକ୍ଟ, ଦୁଷ୍କର୍ମ, ନିର୍ଯାତନା ଏବଂ POCSO ଆକ୍ଟ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏନେଇ ବିଡ୍ ଏସ୍ପି ରାଜା ରାମାସାମି ସୂଚନା ଦେଇ କହିଛନ୍ତି ଯେ, ମହାରାଷ୍ଟରର ବିଡ ଅଞ୍ଚଳରେ ଗତ ୬ମାସ ମଧ୍ୟରେ ଜଣେ ବିବାହିତ ନାବାଳିକାଙ୍କୁ ୪୦୦ ଜଣ ଗଣଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଏପରିକି କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଯୌନଶୋଷଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking