27.1 C
Bhubaneswar
Friday, March 29, 2024
Homeଓଡିଶାଟପିଗଲେ ସବୁ ସୀମା, ଶାଳୀକୁ ହତ୍ୟା ପରେ ଶାଶୁକୁ ଦୁଷ୍କର୍ମ ଅଭିଯୋଗ

ଟପିଗଲେ ସବୁ ସୀମା, ଶାଳୀକୁ ହତ୍ୟା ପରେ ଶାଶୁକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ଏପରିକି ସମ୍ପର୍କ ମଧ୍ୟ ଭୁଲି ଯାଇଥିଲେ। କ୍ରୋଧରେ ଶାଳୀକୁ ହତ୍ୟା ପରେ ଶାଶୁକୁ ଦୁଷ୍କର୍ମ କରିବାକୁ ମଧ୍ୟ ପଛାଇଲା ନାହିଁ ଜ୍ୱାଇଁ। କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ ଏହି ବର୍ବରକାଣ୍ଡ ଘଟିଛି। ଅଭିଯୁକ୍ତ ଜଣକ ହେଲେ ମୂର୍ଗାପଡାର ରୂପ ସିଂ। ସୂଚନା ଅନୁଯାୟୀ, ଗତକାଲି ରୂପ ସିଂ ଶାଶୁ ଓ ଶାଳୀଙ୍କ ସହ ଜଙ୍ଗଲକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଶାଳୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୂପ ସିଂ କୁରାଢ଼ୀରେ ଶାଳୀର ମୁଣ୍ଡକୁ କାଟି ଦେଇଥିଲେ। ଏହାପରେ ମୃତଦେହକୁ ୨ ଶହ ଫୁଟ ଘାଟି ତଳକୁ ଫିିଙ୍ଗି ଦେଇଥିଲେ। ଏତିକିରେ ତାଙ୍କ ରାଗ ଥମି ନଥିଲା। ଅଭିଯୋଗ ଅନୁସାରେ, ସେ ଶାଶୁଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ପଛାଇ ନଥିଲେ। କୌଶଳ କ୍ରମେ ମହିଳା ଜଣକ ଘଟଣାସ୍ଥଳରୁ ଖସି ଆସି କିରିବୁର ଥାନାରେ ଅଭିଯୋଗ ପରେ କିରିବୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ହେଲେ ଅଭିଯୁକ୍ତ ରୂପ ସିଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୋଲିସ୍‌ ଅଭିଯୁକ୍ତକୁ ଧରିବା ଲାଗି ଛାନ୍‌ଭିନ୍‌ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking