27.1 C
Bhubaneswar
Thursday, April 25, 2024
Homeଓଡିଶାନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣା : ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଗର୍ଜିଲେ...

ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣା : ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଗର୍ଜିଲେ ଆଦିବାସୀ 

ଚନ୍ଦ୍ରପୁର : ରାୟଗଡ଼ା ଜିଲ୍ଲା ସୀମାନ୍ତ ଚନ୍ଦ୍ରପୁର ବ୍ଲକରେ ଆଜକୁ ୨୫ ଦିନ ତଳେ ଜଣେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦିଆଯାଉ ବୋଲି ଆଦିବାସୀମାନେ ଗର୍ଜିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୦୧୯ ମସିହା ଡିସେମ୍ବର ୨୧ ତାରିଖରେ ଜଣେ ୬ଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରୀକୁ ହାଟପଦାରୁ ବାଇକ୍‌ରେ ନେଇ ଘରେ ଛାଡ଼ିଦେବାକୁ କହି ପରେ ଆଦର୍ଶ ସ୍କୁଲ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଦୁଷ୍କର୍ମ ଓ ପରେ ହତ୍ୟାକରି ଅତି ନାଟକୀୟ ଭାବେ ହତ୍ୟାକାରୀ ସେବା ବାଗସିଂ ଫେରାର୍ ହୋଇଯାଇଥିଲା । ପରେ ହତ୍ୟାକାଣ୍ଡ ପ୍ରଘଟ ହେବା ଓ ସେ ଛାତ୍ରୀକୁ ବାଇକ୍‌ରେ ନେଇଯାଉଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ହତ୍ୟାକାରୀ ଭୟରେ ରାୟଗଡ଼ା ଏସପିଙ୍କ ନିକଟର ଆତ୍ମସମର୍ପଣ କରି ଦୋଷ ସ୍ୱୀକାର କରିଥିଲା । କିନ୍ତୁ ଦୁଷ୍କର୍ମ ପୀଡ଼ିତା ମୃତ ଛାତ୍ରୀଙ୍କ ପରିବାର ତଥା ଅଂଚଳର ସମସ୍ତ ଜନସାଧାରଣ ଓ ଆଦିବାସୀସମାଜ ପୁଲିସର ନିଷ୍କ୍ରିୟତା, ନିରବତାକୁ ନେଇ ସନ୍ଦେହ କରିବା ସହ ଏହା ମଧ୍ୟରେ ରାଜନୈତିକ ଚାପଥିବା ଅନୁମାନ କରି ଶୁକ୍ରବାର ଏକ ବିଶାଳ ସମାବେଶ ହାଇସ୍କୁଲ ପଡ଼ିଆରେ କରିଥିଲେ ।
ହତ୍ୟାକାରୀ ତଥା ତାକୁ ସହଯୋଗ କରୁଥିବା ପ୍ରଶାସନ ଓ ପ୍ରଚ୍ଛଦପଟ ବ୍ୟକ୍ତିଙ୍କୁ ସେମାନେ ନିନ୍ଦା କରିବା ସହ ବିଡ଼ିଓ ଜର୍ଜ ଡୁଙ୍ଗୁଡୁଙ୍ଗଙ୍କ ଜରିଆରେ ରାଜ୍ୟପାଳଙ୍କୁ ପତ୍ର ଦେଇଥିଲେ । ଏହି ସମୟରେ ବିଷମକଟକ ଏସଡିପିଓ ଚନ୍ଦ୍ରଶେଖର ହୋତା ଆଇଆଇସି ଅରୁଣ ନାୟକ ପୁଲିସ ସହ ଉପସ୍ଥିତ ଥିଲେ । ଉତ୍ୟକ୍ତ ଜନତା ସେମାନଙ୍କୁ ମଧ୍ୟ ପଡ଼ିଆରେ ରଖି ଫାଟକରେ ତାଲା ପକାଇ ଦେଉଥିଲେ । ସେମାନଙ୍କୁ ନ୍ୟାୟ ଦରକାର, ଆଦିବାସୀ ଗରିବ ଝିଅର ଇଜ୍ଜତର ମୂଲ୍ୟ ହତ୍ୟାକାରୀ ଓ ଦୁଷ୍କର୍ମକାରୀର ଫାଶୀଦଣ୍ଡ ତଥା ମୃତା ଛାତ୍ରୀର ପରିବାରକୁ ସହାୟତା ପାଇଁ ସେମାନେ ଅଡ଼ି ବସିଥିଲେ । ଶେଷରେ ଏସଡିପିଓ ଶ୍ରୀ ହୋତା ସେମାନଙ୍କୁ ବୁଝାସୁଝା କରିଥିଲେ ଏବଂ ଦୋଷୀକୁ ଦଣ୍ଡଦେବାର ଅଧିକାର କୋର୍ଟର ବୋଲି କହିଥିଲେ । ଅନେକ ମହିଳା ଉଗ୍ରରୂପରେ ସେମାନଙ୍କ ଦୁଃଖ ତଥା ଚନ୍ଦ୍ରପରରେ ନାରୀମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ନାରୀକୁ ନେଇ ରାଜନୀତି ନହେଉ, ଚନ୍ଦ୍ରପୁରରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଦଣ୍ଡମିଳୁ ବୋଲି ଆଦିବାସୀମାନେ ଗର୍ଜିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking