28.1 C
Bhubaneswar
Wednesday, April 24, 2024
Homeଅପରାଧ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ଅଭିଯୁକ୍ତ ଅଟକ

୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ଅଭିଯୁକ୍ତ ଅଟକ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲାରେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଅଭିଯୁକ୍ତ ଗିରଫ ହୋଇଛି। ତେବେ ଯୁବକ ଜଣଙ୍କ ଲକ୍ଷ୍ମୀପୁରର ବୋଲି ଜଣାପଡ଼ିଛି। ଅଭିଯୁକ୍ତର ନାମ କୃଷ୍ଣ ବାଘ। ଖବର ପାଇ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସହିତ ଶିଶୁ ସୁରକ୍ଷା ସଂସ୍ଥାର ଖୋଳତାଡ ଜାରି ରହିଛି।
ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଠାରେ ଜୈନିକା ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଶିଶୁ ସୁରକ୍ଷା ଅଧିକାର ସଂସ୍ଥାକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ରଙ୍କ ସମେତ ଶିଶୁ ସୁରକ୍ଷା ସଂସ୍ଥାର ମୁଖ୍ୟ ରାଜଶ୍ରୀ ଦାସଙ୍କ ସହତି ଜଣେ ମହିଳା ଡାକ୍ତର ବୁର୍ଜା ହାଇସ୍କୁଲରେ ପହଞ୍ଚିି ଖୋଳତାଡ଼ ଆରମ୍ଭ କରିଥିଲେ। ସମ୍ପୃକ୍ତ ନାବାଳିକା ଜଣଙ୍କ ଦଶମ ଶ୍ରେଣୀ ଛାତ୍ରୀ।
ପହଞ୍ଚିବା ପରେ ନାବାଳିକଙ୍କ ସମେତ ତାଙ୍କର ପରିବାର ଲୋକଙ୍କୁ ଏନେଇ ପଚରା ଉଚରା କରିଥିଲେ। ପରେ ଲକ୍ଷ୍ମୀପୁର ଡାକ୍ତରଖାନାକୁ ନିଆଯାଇ ପରୀକ୍ଷା କରାଯିବା ପରେ ପୀଡ଼ିତା ଜଣଙ୍କ ୭ ମାସର ଅନ୍ତସତ୍ତ୍ବା ଥିବା ଜଣାଯାଇଛି। ପରେ ଉକ୍ତ ଟିମ୍‍ ଲକ୍ଷ୍ମୀପୁର ଥାନାରେ ପହଞ୍ଚି ଏନେଇ ଏକ ଏତଲା ଦେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ମିଶ୍ର ପ୍ରକାଶ କରିଛନ୍ତି।
ଏନେଇ ହାଇସ୍କୁଲରେ କାର‌୍ୟ୍ୟରତ ମହିଳା ସ୍ୱାସ୍ଥାକର୍ମୀ ଖୁସବୁ ରାଓ, ମହିଳା ଶିକ୍ଷୟିତ୍ରୀଙ୍କ ସହିତ ପ୍ରଧାନ ଶିକ୍ଷକ ବାସୁଦେବ ନାୟକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରା ଉଚରା କରାଯିବା ସହିତ ପ୍ରବେଶିକା ରେଜିଷ୍ଟର ମଗାଯିବା ସହିତ ପ୍ରଧାନ ଶିକ୍ଷକଙ୍କୁ ଥାନାକୁ ଡକାଯାଇ ପଚରା ଉଚରା କରାଯାଉଛି।
ଯୁବକ ଜଣଙ୍କ ପୀଡିତାଙ୍କ ସହ ପ୍ରାୟ ୩ ବର୍ଷ ହେଲା ସମ୍ପର୍କ ସ୍ଥାପନ କରିବା ସହିତ ବର୍ଷେ ହେଲା ଶାରିରୀକ ସମ୍ପର୍କ ରଖି ଆସିଥିଲେ। ରାତି ସାଢ଼େ ୮ ପର‌୍ୟ୍ୟନ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହିତ ଶିଶୁ ସୁରକ୍ଷା ସଂସ୍ଥାର ମୁଖ୍ୟ ରାଜଶ୍ରୀ ଦାସ, ବୁର୍ଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମ୍ମୁଖ ଲକ୍ଷ୍ମୀପୁର ଥାନାରେ ଉପସ୍ଥିତ ଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହେବା ସହିତ ଅଭିଯୁକ୍ତ ଯୁବକକୁ ପଚରା ଉଚରା ଚାଲିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking