27.1 C
Bhubaneswar
Friday, March 29, 2024
Homeଅପରାଧସୁନପୁର ନାବାଳିକା ଦୁଷ୍କର୍ମ ମାମଲା : ସୁରକ୍ଷାକୁ ନେଇ ଏସପିଙ୍କୁ ଭେଟିଲେ ଗ୍ରାମବାସୀ

ସୁନପୁର ନାବାଳିକା ଦୁଷ୍କର୍ମ ମାମଲା : ସୁରକ୍ଷାକୁ ନେଇ ଏସପିଙ୍କୁ ଭେଟିଲେ ଗ୍ରାମବାସୀ

ବ୍ରହ୍ମପୁର : ଚଳିତ ମାସ ୧୦ ତାରିଖରେ ବ୍ରହ୍ମପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ସୁନପୁର ଗ୍ରାମରେ ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଏବେ ଗ୍ରାମବାସୀ ତାତିଛନ୍ତି । ନାବାଳିକାର ସୁରକ୍ଷା ଏବଂ ତାର ପାଠପଢା ସହ ଭବିଷ୍ୟତ କିପରି କଟିବ ସେ ନେଇ ଉକ୍ତ ଅଞ୍ଚଳର ଲୋକେ ଆଜି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି । ଏସପି ଗ୍ରାମବାସୀଙ୍କୁ ଏ ନେଇ ପ୍ରତିଶ୍ରୁତି ଦେବା ସହ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ପୂର୍ବରୁ ପୁଲିସ ସମସ୍ତ କାର୍ଯ୍ୟ କରିଛି ଏବଂ ଆଗକୁ ମଧ୍ୟ କରିବ ବୋଲି ସେ କହିଛନ୍ତି । ନାବାଳିକାଙ୍କ ସମସ୍ତ ଦାୟିତ୍ୱ ସଦର ଏସଡିପିଓ ଜୟନ୍ତ ମହାପାତ୍ରଙ୍କୁ ଦିଆଯାଇଛି । ସେ ସମସ୍ତ ଘଟଣାର ଦାୟିତ୍ୱ ନେବା ସହ ନାବାଳିକାଙ୍କ ସୁରକ୍ଷା ଦାୟିତ୍ୱ ନେଇ ଗ୍ରାମରେ ପୁଲିସ ପହରା କରାଯାଉଥିବା ସେ କହିଛନ୍ତି । ସେହିପରି ସିଡବ୍ଲୁସିରେ ନାବାଳିକାଙ୍କୁ ହାଜର କରାଯିବା ପରେ ନାବାଳିକା ଏବଂ ତାଙ୍କ ପରିବାର ଲୋକଙ୍କ ଇଚ୍ଛା ମୁତାବକ ସମସ୍ତ ପ୍ରକାର କାର୍ଯ୍ୟ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଜନାର୍ଦ୍ଦନ ବେହେରା ଏବଂ ମିଥୁନ୍ ଦାସଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କୁ ଅଧିକରୁ ଅଧିକ ଦଣ୍ଡ ଯେପରି ମିଳିବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି । ନାବାଳିକା ଜଣକ ଚଳିତ ମାସ ୧୦ ତାରିଖରେ ଶୌଚ କରିବାକୁ ଯାଇଥିବା ବେଳେ ସେହି ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ନିକଟସ୍ଥ ଏକ ଭଙ୍ଗା ଘରକୁ ନେଇ ଗଣଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଥିଲା । ଆଜି ସମସ୍ତ ଗ୍ରାମବାସୀ ବିଜେପି ଯୁବ ନେତା ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ପତ୍ନୀ ମୀନା ଦ୍ୟାନସାମନ୍ତରାୟଙ୍କ ନେତୃତ୍ୱରେ ବ୍ରହ୍ମପୁର ଏସପିଙ୍କ ନିକଟକୁ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking