32.1 C
Bhubaneswar
Thursday, March 28, 2024
Homeଅପରାଧନାବାଳିକାକୁ ଅପହରଣ କରି ଏକମାସରୁ ଅଧିକ ଦିନ ଧରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

ନାବାଳିକାକୁ ଅପହରଣ କରି ଏକମାସରୁ ଅଧିକ ଦିନ ଧରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

ମୟୂରଭଞ୍ଜ(ଘାସିରାମ ବେହେରା)– ପୋଡିଶା ଘରର ଯୁବକ ମିଛକହି ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଭଳି ଜଘନ୍ଯ ଅଭିଯୋଗର ପର୍ଦ୍ଧାଫାସ । ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଅପହରଣ କରିବା ସହ ଦୀର୍ଘ ୩୫ ଦିନଧରି ଏଣେତେଣେ ରଖି ମରାପିଟା କରି ଅନିଚ୍ଛା ସତ୍ତ୍ୱେ ବାରମ୍ବାର ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ କରି କହିଛନ୍ତି ଉଦ୍ଧାର ପୀଡିତା ନାବାଳିକା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ। ଅଭିଯୋଗ ମୁତାବକ ଗତମାସ ୧୭ ତାରିଖରେ ବାପା ମାଆ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକୁଟିଆ ରହିଥିଲେ। ଏହାର ସୁଯୋଗ ନେଇ ସେଇ ଗ୍ରାମର ପୋଡ଼ିଶା ଘରର ଯୁବକ ରମାକାନ୍ତ ସିଂ ଔରଫ ପାଣ୍ଡେ ହଠାତ୍ ନାବାବାଳିକା ଘରକୁ ଆସି ତାଙ୍କ ମାଆଙ୍କର ଦେହଖରାପ ଡାକ୍ତରଖାନାରେହୋଇଛି ଭର୍ତ୍ତି କରାଯାଇଛି ବୋଲି କହି ନାବାଳିକାଙ୍କୁ ଡାକ୍ତରଖାନାକୁ ଯିବାପାଇଁ କହିଥିଲେ । ପାଣ୍ଡେ କଥାରେ ବିଶ୍ୱାସ କରି ନାବାଳିକା ଯାଇଥିଲା ବେଳେ ଡାକ୍ତରଖାନା ପରିବର୍ତ୍ତେ ଚଞ୍ଚକତା କରି ନିଜ ମଟର ସାଇକେଲରେ ନାବାଳିକା ଜଣକୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲା। ସେଠାରେ ନାବାଳିକାର ଅନିଚ୍ଛା ସତ୍ତ୍ୱେ ବଳପୂର୍ବକ ମାଡମାରି ଦୁଷ୍କର୍ମ କରିଥିଲା ବୋଲି ବାଷ୍ପରୁଦ୍ଧ କଣ୍ଠରେ କହନ୍ତି ପୀଡିତା ନାବାଳିକା। ତେବେ ସେଠାରୁ ପୁଣି ନେଇ ଅନ୍ୟସ୍ଥାନ ସହିତ ଅପହରଣକାରୀ ତାଙ୍କ ସମ୍ପର୍କୀୟଙ୍କ ଘରେ ରଖି ବଳପୂର୍ବକ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଏଥିରେ ତାଙ୍କ ପରିବାର ସମ୍ପୃକ୍ତ ରହିଥିବା ସୂଚନା ଦେଇ କହିଛନ୍ତି ପୀଡିତା। ଦୀର୍ଘଦିନର ବ୍ୟବଧାନ ପରେ ଗାଁ ନିକଟ ଜଙ୍ଗଲରେ ଛାଡି ଦେଇଥିଲା ବେଳେ ନିଜ ପରିବାର ସହଯୋଗରେ ଘରକୁ ଆସିଥିଲେ।
 
ଅନ୍ୟପଟେ ବିଲରୁ ଫେରି ଘରେ ଝିଅକୁ ନ ପାଇ ବ୍ୟସ୍ତ ହୋଇପଡିଥିଲେ ବାପା ମାଆ। ସାହିପୋଡିଶା,ରାସ୍ତାଘାଟ,
ସାଙ୍ଗସାଥି ଏବଂ ବନ୍ଧୁବର୍ଗ ସବୁଆଡେ ଖୋଜାଖୋଜି କରି କୌଣସି ପତ୍ତା ନ ପାଇ ବ୍ୟସ୍ତବିବ୍ରତ ହୋଇପଡିଥିଲେ। ଶେଷରେ ବଡ଼ସାହି ଥାନା ଅଧୀନରେ ଥିବା ଭୀମଦା ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ଦାୟର କରିଥିଲେ ଅପହୃତା ନାବାଳିକାର ମାଆ। ଅଭିଯୋଗ ଭିତ୍ତିରେ ଏକ ମାମଲା ରୁଜୁ କରି ବଡ଼ସାହି ଥାନା ପୋଲିସ ଏବଂ ଭୀମଦା ଫାଣ୍ଡି ଅଧିକାରୀ ତଦନ୍ତ ନାମରେ ହାତବାନ୍ଧି ବସିଯାଇଥିଲେ। ଯୋଉଥିପାଇଁ ପୀଡ଼ିତାର ମାଆ ଏବଂ ଗାଁର ମହିଳାମାନେ ଫାଣ୍ଡିରେ ପହଞ୍ଚି ପୋଲିସର ନିରବତାକୁ ବିରୋଧ କରିଥିଲେ। ଯାହାର ଦୃଶ୍ୟ ଆମେ ଦେଖାଉଥିବା ଭିଜୁଆଲ ଦେଖିଲେ ଅନୁମାନ ଲଗାଇ ପାରିବେ ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ କେତେ ଗୁରୁତ୍ୱ ଦେଉଛି ଏବଂ କିପ୍ରକାର ତତ୍ପରତା ଦେଖାଇଛି। ତେବେ ସମୟ ଗଡ଼ିବା ସହିତ ସ୍ଥାନୀୟ ପୋଲିସ ଉପରୁ ଆସ୍ଥା ହରାଇ ଶେଷରେ ପୋଲିସ ଏସପି ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଅପହୃତା ନାବାଳିକା ଝିଅକୁ ଉଦ୍ଧାର ପାଇଁ ଗୁହାରୀ କରିଥିଲେ। ତେବେ ଏସପିଙ୍କ ଠାରୁ ଆଶ୍ୱାସନା ପାଇ କିଛିଟା ଆଶ୍ୱସ୍ତ ହେବା ସହିତ ମନରେ ଦମ୍ଭ ଆସିଥିଲା। ହେଲେ ଫଳଶୂନ୍ । ବିଳମ୍ବ ହେଲେ ମଧ୍ୟ ଅପହରଣକାରୀ କବଳରୁ ମୁକ୍ତ ହୋଇ ଘରେ ପହଞ୍ଚିଛି ଅପହୃତା ପୀଡ଼ିତା ନାବାଳିକା।
ତେବେ ଏସମ୍ପୂର୍ଣ୍ଣ ଘଟଣାରେ ସଂପୃକ୍ତ ଅପହରଣକାରୀ ଏବଂ ସହଯୋଗ ଦେଇଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ପୀଡ଼ିତାକୁ କିପ୍ରକାର ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking