39.1 C
Bhubaneswar
Tuesday, April 23, 2024
Homeଓଡିଶାବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ବିରୋଧରେ ଦଣ୍ଡ ଦାବି

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ବିରୋଧରେ ଦଣ୍ଡ ଦାବି

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଧାରଣା । ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ସମ୍ମୁଖରେ ଧାରଣା ଦେଇ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଗିରଫ ଦାବି ହୋଇଛି । ବିଜେପି ନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏଯାବତ୍ ବୀରମିତ୍ରପୁରର ପୂର୍ବତନ ଏସଆଇ ଏବଂ ଡାକ୍ତରଙ୍କୁ ଗିରଫ କରି ଚୁପ ବସିଛି । ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୋଷୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ମାମଲାର ସମସ୍ତ ଦୋଷୀଙ୍କୁ ଗିରଫ କରି ଦଣ୍ଡ ଦେବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା ।

ସୁନ୍ଦରଗଡ଼ରେ ଖୋଲିଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର

ସୁନ୍ଦରଗଡ଼ : ଭିନ୍ନକ୍ଷମମାନଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଉଦଘାଟିତ ହୋଇଛି। ପଶ୍ଚିମ ଓଡ଼ିଶାର ଏହି ପ୍ରଥମ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଛି। ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ଏହି କେନ୍ଦ୍ରକୁ ଉତ୍ତରାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ ଲୋକାର୍ପଣ କରିଛନ୍ତି। ଅନୁଷ୍ଠିତ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମା ଏକ୍କା, ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking