40.1 C
Bhubaneswar
Thursday, April 25, 2024
Homeଅପରାଧବଡ଼ଭାଇ DGଙ୍କୁ ଟୁଇଟ କରିବା ଭାରି ପଡିଲା ସାନଭାଇକୁ

ବଡ଼ଭାଇ DGଙ୍କୁ ଟୁଇଟ କରିବା ଭାରି ପଡିଲା ସାନଭାଇକୁ

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଓ ହତ୍ୟା ଘଟଣା । ପ୍ରତ୍ୟେକଦିନ କିଛି ନା କିଛି ଏଭଳି ଘଟଣା ସାମ୍ନାକୁ ଆସୁଛି । ଏବେପୁଣି ଏପରି ଏକଘଟଣା ଗତ ୭ ତାରିଖ ଦିନ ଆସିଛି କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରଝରଣ ଗ୍ରାମରୁ।ଗ୍ରାମର ଜଣେ ୧୫ ବର୍ଷୀୟ ନାବାଳିକାକୁ ବାଦାମପାହାଡ଼ ଅଞ୍ଚଳର ଜଣେ ଯୁବକ ଗତ ୨୯ ତାରିଖ ଦିନ ଘର ନିକଟରେ ଶୌଚ ପାଇଁ ବାହାରକୁ ବାହାରି ଥିବା ବେଳେ ବଳପୂର୍ବକ ଟେକିନେଇ ବାରମ୍ବାର ଦୁଷ୍କର୍ମ କରିବା ସହିତ ସେଠାରୁ ଉଠାଇ ଆଣି ଘୋଷିପୁରା ଅଞ୍ଚଳରେ ଲୁଚାଇ ରଖି ଅପହୃତା ନାବାଳିକାର ପ୍ରତିବାଦ ସତ୍ତ୍ୱେ ଯୁବକ ଜଣକ ଦୁଷ୍କର୍ମ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ପରିବାର ଲୋକ ଗତ ୭ ତାରିଖ ଦିନ ଝିଅ ଏବଂ ଅଭିଯୁକ୍ତ ଯୁବକକୁ ସେଠାରୁ ଉଠାଇ ଆଣି ଠାକୁରଝରଣ ଗ୍ରାମରେ ବନ୍ଧକରଖି ସମ୍ପୃକ୍ତଙ୍କ ପରିବାରକୁ ଖବର ଦେବା ପରେ ୮ ତାରିଖ ପରିବାର ଲୋକେ ଆସି ଗ୍ରାମରେ ଏକ ବୈଠକ କରିଥିଲେ ଏବଂ ବୈଠକରେ ଜାଣିବାକୁ ପାଇଥିଲେ କି ପୁଅର ଅନ୍ୟ ଏକ ସ୍ତ୍ରୀ ଏବଂ ଦୁଇଟି ପିଲା ଅଛନ୍ତି ଯାହାକୁ ନେଇ ଘଟଣାସ୍ଥଳରେ ଚାପାଉତେଜନା ସୃଷ୍ଟି ହଇଥିଲା ଏବଂ ପରିବାର ଲୋକେ କ୍ଷତି ପୂରଣ ଦେବା ପାଇଁ ପିଲାର ପରିବାରଙ୍କୁ ଦାବି କରିଥିଲେ ବୈଠକରେ ୧ଲକ୍ଷ ୩୦ ହଜାରଟଙ୍କା ଦାବି କରିଥିଲେ ପିଡିତାର ପରିବାର ଲୋକେ ଏବଂ ଗ୍ରାମବାସୀ । ଅଭିଯୁକ୍ତର ପରିବାର ଲୋକେ ଟଙ୍କା ନ ଦେବାରୁ ପିଲାର ପ୍ରଥମ ସ୍ତ୍ରୀ ଏବଂ ତାଙ୍କ ଭଉଣୀଙ୍କୁ ଠାକୁରଝରଣ ଗ୍ରାମରେ ବନ୍ଧକରଖି କ୍ଷତିପୂରଣ ଟଙ୍କା ମାଗିଥିଲେ ।
ଅଭିଯୁକ୍ତର ବଡ଼ଭାଇଙ୍କୁ ମାଆ ଘଟଣା ସମ୍ପର୍କରେ ଜଣାଇବାରୁ ସେ DG ଟୁଇଟ ମାଧ୍ୟରେ ଜଣାଇ ଭାଇ ଏବଂ ପରିବାର ଲୋକଙ୍କୁ ବନ୍ଧକ ରଖି ଠାକୁରଝରଣ ଗ୍ରାମର କିଛି ଲୋକ ୩ ଲକ୍ଷ ଟଙ୍କା ଦାବି କରିଛନ୍ତି। ଭାଇ, ଭଉଣୀ ଓ ଭାଉଜଙ୍କୁ ଉଦ୍ଧାର ପାଇଁ ଟୁଇଟ ମାଧ୍ୟମରେ DG ଙ୍କୁ ଗୁହାରି କରିଥିଲେ । DG ଙ୍କ ନିର୍ଦ୍ଧେଶରେ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଘଟଣା ଥିଲା ଭିନ୍ନ । ଜନୈକା ନାବାଳିକାକୁ ଘର ନିକଟରୁ ଅପହରଣ କରି ୭/୮ଦିନ ବାହାରେ ଲୁଚାଇ ରଖି ଅନିଚ୍ଛା ସତ୍ତ୍ଵେ ବଳପୂର୍ବକ ଦୁଷ୍କର୍ମ କରିବା ପରେ ପରିବାର ପାଖରେ ଧରାପଡିଥିଲେ ଅଭିଯୁକ୍ତ ଯୁବକ। ଏଇ ଘଟଣା ପରେ ପିଲାର ବଡଭାଇ DGଙ୍କୁ ଜଣାଇବା ପରେ ,ଗତକାଲି ବିଳମ୍ବିତ ରାତିରେ ପୋଲିସ ଯାଇ ଉଭୟ ଝିଅ ପୁଅଙ୍କ ସହିତ ପ୍ରଥମ ସ୍ତ୍ରୀକୁ ମଧ୍ଯ ଥାନାକୁ ଆଣି ପଚରାଉଚରା ଜାରି ରଖିଛି । ଘଟଣାର ପୁଷ୍ଟି ହେବା ପରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ। ଯାହାକୁ ନେଇ ଚର୍ଚ୍ଚା ହେଉଛି କି DG ଙ୍କୁ ଜଣାଇ ଫସିଲେ ଯୁବକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking