35.1 C
Bhubaneswar
Tuesday, April 23, 2024
Homeଅପରାଧବୃଦ୍ଧ ବୟସେ ରାସଲୀଳା....

ବୃଦ୍ଧ ବୟସେ ରାସଲୀଳା….

ମୟୂରଭଞ୍ଜ : ବନ୍ଧା ହେଲେ ବୃଦ୍ଧ ବୈଦ୍ୟ । ଚେରମୁଳି, ତୁଟୁଜା ସହ ଗୁଣିଗାରେଡି ଚିକିତ୍ସା କରିଥାନ୍ତି ବୃଦ୍ଧ ବୈଦ୍ୟ । ତେବେ ଚିକିତ୍ସା ଆଳରେ ଜନୈକା ଯୁବତୀକୁ ଭୟଭୀତ କରି ଦୁଷ୍କର୍ମ କରୁଥିଲେ ବୈଦ୍ୟ । ଏବେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ବେଳେ ଦୁଷ୍କର୍ମଜାରୀ ବୈଦ୍ୟ ବିରୋଧରେ ଥାନାର ଦ୍ବାରସ୍ଥ ହେଲେ ପିଡ଼ିତା ଯୁବତୀ । ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ବୈଦ୍ୟକୁ ଗିରଫ କରିଛି ପୋଲିସ । ଏଭଳି ଏକ ସ୍ପର୍ଶକାତର ଘଟଣା ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିବା ସହିତ ଚର୍ଚ୍ଚାର ବିଷୟ ପାଲଟିଛି । ଗାଁ ଗହଳିରେ ଲୋକମାନେ ଖର୍ଚ୍ଚ ବହୁଳ ଡାକ୍ତରୀ ଚିକିତ୍ସାସେବା କିଣି ନ ପାରିବା କାରଣରୁ ଗାଁ ବୈଦ୍ୟ ତୋ ପୁଣି କ୍ବାକ ମାନଙ୍କ ଆଶ୍ରୟ ନେଇଥାନ୍ତି । ଏଭଳି ସୁଯୋଗ ହାତଛଡା ନ କରି ନିରୀହ ଲୋକ ମାନଙ୍କୁ ଶାରୀରିକ, ମାନସିକ ଆର୍ଥିକ ଶୋଷଣ କରିବାକୁ ପଛାଇନଥାନ୍ତି ଏହି ଭଣ୍ଡମାନେ । ଏଭଳି ସ୍ଥିତିରେ ଲୋକେ ଆଜିର ଯୁଗରେ ବିଶ୍ୱାସ କରିବେ ବା କାହାକୁ । ରକ୍ଷକ ଭକ୍ଷକ ସାଜିଲା ଭଳି ଜଣେ ଡାକ୍ତର ରୋଗୀକୁ ଧୋକା ଦେଇଛନ୍ତି । ଏଭଳି ଧୋକା ଯାହା ଏକ ବିରାଟ ବଡ଼ ଅପରାଧ ଠାରୁ କମ୍ ନୁହେଁ । ରୋଗୀ ଚିକିତ୍ସା ବାହାନାରେ ସେ ଭଣ୍ଡବାବାଙ୍କ ଭଳି କୁକର୍ମ କରିଛନ୍ତି । ଯାହାଫଳରେ ଜଣେ ମହିଳା ରୋଗୀ ଏବେ ଗର୍ଭବତୀ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳର ଘଟଣା ।
ସୂଚନା ଅନୁଯାୟୀ, ଜଣେ ୬୯ ବର୍ଷ ବୟସ୍କ ବୃଦ୍ଧ ବଡରାମ ମୁଣ୍ଡା ଗାଁ ବୈଦ୍ୟ ଭାବେ ପରିଚିତ । ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା କରିବା ସହିତ ଗୁଣିଗାରେଡି କାମ ମଧ୍ୟ କରିଥାନ୍ତି ବୋଲି ଜଣାପଡ଼ିଛି । ତେବେ ନିକଟସ୍ଥ ଗ୍ରାମର ଜଣେ ଯୁବତୀ ନିଜର ସ୍ୱାସ୍ଥ୍ୟ ସମସ୍ୟା ନେଇ ବୈଦ୍ୟଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ଆଳରେ କୁଆଡ଼େ ବୈଦ୍ୟ ଜଣକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଏବଂ ଏକଥା ବାହାରେ କହିଲେ ଗୁଣିଗାରେଡି କରି ଜୀବନରେ ମାରିଦେବା ନେଇ ଧମକ ଦେଇଥିଲେ । ତେଣୁ ଯୁବତୀ ଜଣକ ଭୟରେ କାହାକୁ କହୁନଥିଲେ । କିନ୍ତୁ ଏବେ ପରିସ୍ଥିତି ଅଣାୟତ୍ତ ହେବାରୁ ମୁହଁ ଖୋଲିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking