29.1 C
Bhubaneswar
Thursday, April 25, 2024
Homeଅପରାଧପାଖରେ ଶୋଇବା ପାଇଁ କହି ବାରମ୍ବାର ଦୁଷ୍କର୍ମ କରୁଥିଲେ ବାପା ଆଉ ତା’ ପରେ....

ପାଖରେ ଶୋଇବା ପାଇଁ କହି ବାରମ୍ବାର ଦୁଷ୍କର୍ମ କରୁଥିଲେ ବାପା ଆଉ ତା’ ପରେ….

ନୂଆଦିଲ୍ଲୀ : ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ନିଷ୍ପାପ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବତୀମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଗୁରୁଗାଁଓରେ । ବାପା ପାଖରେ ଶୋଇବା ପାଇଁ କହି ବାରମ୍ବାର ଦୁଷ୍କର୍ମ କରନ୍ତି । ନିଜ ଝିଅର ମୁଁହରୁ ଏପରି ଭୟଙ୍କର ସତ୍ୟ ଶୁଣିବା ପରେ ମା’ ସ୍ତମ୍ଭିଭୂତ ହୋଇପଡିଥିଲେ । ପୀଡିତା ହେଉଛନ୍ତି ଜଣେ ନାବାଳିକା । ନିଜ ମା କାମରୁ ଫେରିବା ପରେ ନାବାଳିକା ଜଣକ ମା’ଙ୍କ ଆଗରେ ଏପରି କହିଥିଲେ । ଯାହା ଶୁଣିବା ମା’ଙ୍କ ପାଦତଳୁ ମାଟି ଖସିଯାଇଥିଲା । ପିତା ଛୁରୀ ଦେଖାଇ ଜୋର ଜବରଦସ୍ତି ଦୁଷ୍କର୍ମ କରୁଥିଲେ । ରାକ୍ଷସ ବାପ ଜୀବନରୁ ମାରିଦେବା ପାଇଁ ବାରମ୍ବାର ଧମକ ଦେଉଥିଲେ । ଝିଅଟି ନିଜ ମା’ଙ୍କୁ ଯେଉଁ ଭୟଙ୍କର ତଥ୍ୟ ଦେଇଥିଲେ ସେହି ଆଧାରରେ ପୋଲିସରେ ମାମଲା ରୁଜୁ କରାଯାଇଥିଲା ।
ସୂଚନା ଅନୁଯାୟୀ, ଝିଅଟିର ବାପା ପ୍ରାୟତଃ ଗଞ୍ଜେଇ ପିଇଥାନ୍ତି ଓ ଗଂଜେଇ ନିଶାରେ ଅନେକଥର ଛୁରୀ ଦେଖାଇ ଦୁଷ୍କର୍ମ କରନ୍ତି । ଏହାର ବିରୋଧ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥାନ୍ତି । କେବଳ ସେତିକି ନୁହେଁ ମୁଂହ ଖୋଲିଲେ ଛୋଟ ଭାଇକୁ ଛୁରୀରେ କାଟିଦେବ ବୋଲି ଧମକ ଦେଇଥାନ୍ତି । ଅଭିଯୁକ୍ତ ଜଣକ ଅଧିକାଂଶ ସମୟ ଝିଅକୁ ନିଜ ପାଖରେ ଶୁଆଇବା ପାଇଁ ଜିଦି କରନ୍ତି ବୋଲି ମା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking