33.1 C
Bhubaneswar
Wednesday, April 24, 2024
Homeଓଡିଶାଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଅଭିଯୁକ୍ତ ଶିକ୍ଷକ ଗିରଫ,ସ୍କୁଲ ସମ୍ମୁଖରେ ପୁରାତନ ଛାତ୍ରଙ୍କ  ବିକ୍ଷୋଭ

ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଅଭିଯୁକ୍ତ ଶିକ୍ଷକ ଗିରଫ,ସ୍କୁଲ ସମ୍ମୁଖରେ ପୁରାତନ ଛାତ୍ରଙ୍କ  ବିକ୍ଷୋଭ

କଟକ : କଟକର ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକ ଟ୍ୟୁସନ କରିବା ବାହାନାରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ଶିକ୍ଷକ ଜଣକ ହେଲେ ହେମନ୍ତ କୁମାର ବାରିକ । ସୋମବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଅପରପକ୍ଷେ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ର କଂଗ୍ରେସ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଠାରେ ଏକ ପ୍ରତିଷ୍ଠିତ ଆଧ୍ୟାତ୍ମିକ ଘରୋଇ ସ୍କୁଲ ରହିଛି । ହେମନ୍ତ ବାରିକ ଉକ୍ତ ସ୍କୁଲରେ ଶିକ୍ଷକତା କରିବା ସହ ଘରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଟ୍ୟୁସନ ମଧ୍ୟ କରିଥାନ୍ତି । ତଦନୁଯାୟୀ ସେହି ସ୍କୁଲରେ ପଢୁଥିବା କଲ୍ୟାଣୀନଗର ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ତାଙ୍କ ପାଖରେ ଟ୍ୟୁସନ ହେଉଥିଲେ । ସବୁଦିନ ପରି ଶୁକ୍ରବାର ସକାଳେ ଛାତ୍ରୀ ଜଣକ ହେମନ୍ତଙ୍କ ଘରକୁ ଟ୍ୟୁସନ ହେବା ଲାଗି ଯାଇଥିଲେ ।

ତେବେ ପାଠ ପଢା ସରିବା ପରେ ହେମନ୍ତ ମନ୍ଦ ଉଦ୍ଦେଶ୍ୟ ରଖି କଲେଜ ଛକରେ ଏକ କାମ ଥିବା କହି ତାଙ୍କ ସାଙ୍ଗରେ ଯିବା ଲାଗି ସଂପୃକ୍ତ ଛାତ୍ରୀଙ୍କୁ ଡାକିଥିଲେ । ଛାତ୍ରୀ ଜଣକ ଅଭିସନ୍ଧି ବୁଝି ନପାରି  ଏଥିରେ ରାଜି ହୋଇ ସାରଙ୍କ ସହ ବାହାରିପଡିଥିଲେ । ମାତ୍ର ହେମନ୍ତ ଛାତ୍ରୀଙ୍କୁ ନେଇ କଲେଜ ଛକ ସ୍ଥିତ ଏକ ହୋଟେଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମାତ୍ର ଛାତ୍ରୀ ଜଣକ ଚିତ୍କାର କରି କୌଣସି ପ୍ରକାରେ ହୋଟେଲରୁ ଖସିଆସିବାରେ ସଫଳ ହୋଇଥିଲେ । ହେମନ୍ତ ଛାତ୍ରୀର ପିଚ୍ଛା କରି ବାଟରେ ଅଟକାଇ ଏ ସମ୍ପର୍କରେ କାହାରିକୁ କିଛି ନଜଣାଇବାକୁ କହି ତାଙ୍କୁ ଧମକ ଚମକ ଦେଇଥିଲା । ଏହି ଘଟଣା ବିଷୟରେ ଘରେ କିମ୍ବା ଅନ୍ୟ କାହାରିକୁ କହିଲେ ପରୀକ୍ଷାରେ ଫେଲ କରିଦେବା ଲାଗି ମଧ୍ୟ ସେ ଧମକ ଦେଇଥିଲା ।

ତେବେ ଛାତ୍ରୀ ଜଣକ ଘରେ ପହଞ୍ôଚବା ପରେ ସମସ୍ତ ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ଘଟଣା ବିଷୟରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଅପରାହ୍ନରେ ରସିକିଆ ଶିକ୍ଷକ ହେମନ୍ତଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ପୁଲିସ ଉକ୍ତ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଯେଉଁଥିରେ ହେମନ୍ତ ସଂପୃକ୍ତ ଛାତ୍ରୀଙ୍କୁ ନେଇ ହୋଟେଲରେ ପ୍ରବେଶ କରୁଥିବାର ଦୃଶ୍ୟ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking