38.1 C
Bhubaneswar
Tuesday, April 23, 2024
Homeଓଡିଶାଦୁଷ୍କର୍ମ ପୀଡ଼ିତା ପରିବାରକୁ ନିଆଁପାଣି ବନ୍ଦ

ଦୁଷ୍କର୍ମ ପୀଡ଼ିତା ପରିବାରକୁ ନିଆଁପାଣି ବନ୍ଦ

ପାଟଣା : କେନ୍ଦୁଝର ପାଟଣା ଥାନା ଡୁମୁରିଆ ପଞ୍ଚାୟତ ପିଛୁଳାବେଡ଼ା ଗ୍ରାମର ନଦନବେଡ଼ା ପାତ୍ରସାହିରେ ଜଣେ ୧୪ ବର୍ଷର ନାବାଳିକା ଦାଦାପୁଅ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେବା ଏବଂ କେନ୍ଦୁଝର ପାଟଣାରେ ଏକ ପୁତ୍ରସନ୍ତାନ ଜନ୍ମଦେବା ପରେ ତା’ର ଦୁର୍ଦ୍ଦଶା ବଢ଼ିଯାଇଛି । ଜାନୁଆରୀ ୬ ତାରିଖରେ କେନ୍ଦୁଝର ମେଡିକାଲରେ ନାବାଳିକା ଜଣକ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ । ଏନେଇ ଗ୍ରାମବାସୀ ପୀଡ଼ିତା ଓ ତା’ର ପରିବାରକୁ ନିଆଁପାଣି ବନ୍ଦ କରିବା ସହ ଗାଁ ପୋଖରୀରେ ଗାଧୋଇବାକୁ ମଧ୍ୟ ମନା କରିଛନ୍ତି । ଏପରିକି ତା’ ସହ କେହି କଥାବାର୍ତ୍ତା ମଧ୍ୟ କରୁନାହାନ୍ତି । ତେବେ ୫/୬ମାସ ପରେ ନାବାଳିକା ଏ ବିଷୟରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଦାଦାପୁଅ ଭାଇକୁ ଗିରଫ କରି ରାଉରକେଲାସ୍ଥିତ ବାଳାଶ୍ରମରେ ରଖିଛି । ସୂଚନାନୁସାରେ ନାବାଳିକା ଜଣକ ଗାଁ ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତା’ ଦାଦାପୁଅ ଭାଇ ତା ସହ ଦୁଷ୍କର୍ମ କରିଥିଲା ଏବଂ ଏକଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ପରେ ଦାଦାପୁଅ ଭାଇ ନାବାଳିକାକୁ ଅନେକଥର ଦୁଷ୍କର୍ମ କରିବାରୁ ସେ ଗର୍ଭବତୀ ହୋଇଥିଲା । ପାଟଣା ଥାନା ଅଧିକାରୀ ସତ୍ୟନାରାୟଣ ପରିଡ଼ା ଓ କେନ୍ଦୁଝର ୱାନଷ୍ଟପ୍ ସେଣ୍ଟରର ପରିଚାଳିକା ଘଟଣାସ୍ଥଳରେ ପହଞ୍ôଚ ପୀଡ଼ିତାକୁ ଦେଖାକରି ଖବର ନେଇଥିଲେ । ଭଲମନ୍ଦ ମଧ୍ୟ ପଚାରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking