26.1 C
Bhubaneswar
Friday, March 29, 2024
Homeଅପରାଧଦୁଷ୍କର୍ମ ଅଭିଯୋଗ

ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ : ମୟୂରଭଞ୍ଜର ପିଛାଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ମୋରଡ଼ା ଥାନା ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତ ଗଣ୍ଡଗୁହାଳି ଗ୍ରାମରେ । ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୬୩ବର୍ଷୀୟା ବୃଦ୍ଧା । ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ପିଡ଼ିତାବୃଦ୍ଧା ତାଙ୍କର ଛେଳି ଆଣିବା ପାଇଁ ପଦାକୁ ଯାଇଥିଲେ । ଛେଳି ନେଇ ଆସିବା ସମୟରେ ନିରଳା ଜାଗାରେ ଅଭିଯୁକ୍ତ ମନ୍ଦ ଉଦ୍ଦେଶ୍ୟ ରଖି ବୃଦ୍ଧାଙ୍କୁ ଟଣା ଓଟରା କରିଥିଲା । ପ୍ରତିବାଦ କରିବାରୁ ଭୁଇଁରେ କଚାଡି ଥିଲା । ପରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଦିଲ୍ଲୀପ ହାଁସଦା । ଦୁଷ୍କର୍ମ ପରେ ଘଟଣା ପ୍ରଘଟ ସହ ଲୋକଲଜ୍ୟା ଭୟରେ ପିଡ଼ିତାବୃଦ୍ଧାଙ୍କ ପାଖରେ ଥିବା ଛେଳି ବନ୍ଧା ପ୍ଲାଷ୍ଟିକ ଦଉଡି ଛଡାଇ ପିଡ଼ିତାର ବେକରେ ଗୋଡ଼ଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ଦିଲ୍ଲୀପ । ଆତ୍ମରକ୍ଷା ପାଇଁ ଚେଷ୍ଟାକରି କୌଣସି ପ୍ରକାରେ ଅଭିଯୁକ୍ତ ଦିଲ୍ଲୀପର ହାତକୁ ପିଡ଼ିତା କାମୁଡି ଦେବାରୁ ଯନ୍ତ୍ରଣାରେ ଛାଡ଼ି ଦେଇଥିଲା । ଏହି ସମୟରେ ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକମାନେ ଆସିବାରୁ ଅଭିଯୁକ୍ତ ଦିଲ୍ଲୀପ ଘଟଣାସ୍ଥଳରୁ ଖସି ପଳେଇବାକୁ ଉଦ୍ୟମ କରିଥିଲା ବେଳେ ଗ୍ରାମବାସୀ ଗୋଡ଼ାଇ ଧରିଥିଲେ । ତେବେ ଘଟଣାସ୍ଥଳରେ ଅଭିଯୁକ୍ତ ଦିଲ୍ଲୀପ ଚପଲ,ଚଷମା ଓ ମୋବାଇଲ ଛାଡି ଯାଇଥିଲା । ଅଭିଯୁକ୍ତ ଦିଲ୍ଲୀପ ସହ ଛାଡିଯାଇଥିବା ଜିନିଷ ଉଦ୍ଧାର କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ତେବେ ମୋରଡ଼ା ଥାନା ପୋଲିସ ଅଭିଯୋଗମୂଳେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରି ପିଡ଼ିତା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନା ପାଇଁ ପଦକ୍ଷେପ ନେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking