34.1 C
Bhubaneswar
Thursday, April 25, 2024
Homeଅପରାଧଲିଫ୍ଟ ଦେବା ନାଁରେ ମହିଳାଙ୍କୁ ଅପହରଣ କରି ୩ମାସ ଧରି ବଳାତ୍କାର : ଅଭିଯୁକ୍ତ ଗିରଫ 

ଲିଫ୍ଟ ଦେବା ନାଁରେ ମହିଳାଙ୍କୁ ଅପହରଣ କରି ୩ମାସ ଧରି ବଳାତ୍କାର : ଅଭିଯୁକ୍ତ ଗିରଫ 

ସାଲେପୁର :  ଜଣେ ମହିଳାଙ୍କୁ ଲିଫ୍ଟ ଦେବା ଆଳରେ ତାଙ୍କୁ ନିଶା ଖୁଆଇ ଭୁବନେଶ୍ୱରରେ ରଖି ୩ମାସ ଧରି ବଳାତ୍କାର କରିବା ଓ ମହିଳା ଜଣକ ସେଠାରୁ ଖସିଆସି ସାଲେପୁର ଥାନାରେ ଅଭିଯୋଗ କଲାପରେ ସାଲେପୁର ପୁଲିସ ଜନୈକ ବ୍ୟକ୍ତିକୁ ଶନିବାର ଗିରଫ କରିବା ସହ ମହିଳାଙ୍କର ଡାକ୍ତରୀ ମାଇନା କରିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ମିର୍ଜାପୁର ପଂଚାୟତ ଦେଉଳି ଗ୍ରାମର ଅମିର ଖାଁ ନାମକ ଜଣେ ବ୍ୟକ୍ତି ଉକ୍ତ ଅଂଚଳର ଜନୈକ ମହିଳାଙ୍କୁ ଗାଡ଼ିରେ ଲିଫ୍ଟ ଦେଇ ତାଙ୍କୁ ବାଟରେ ନିଶା ଖୁଆଇ ଅଚେତ୍ କରିବାପରେ ଭୁବନେଶ୍ୱରର ଏକ ସ୍ଥାନରେ ରଖି ୩ମାସ ଧରି ତାଙ୍କ ସହ ବଳାତ୍କାର କରିଚାଲିଥିଲା । ମହିଳା ଜଣଙ୍କ କୌଶଳ କ୍ରମେ ସେଠାରୁ ଖସିଆସି ଚଳିତ ମାସ ୩ତାରିଖ ଶୁକ୍ରବାର ଦିନ ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅମିର ଖାଁକୁ ଗିରଫ କରିବା ସହ ମହିଳାଙ୍କର ଶନିବାର ଡାକ୍ତରୀ ମାଇନା କରିଥିବା ଜଣାଯାଇଛି । ରବିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking