ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନ ଅଂଚଳରେ ମହିଳା ଓ ନାବାଳିକା ସୁରକ୍ଷିତ ନୁହନ୍ତି । ନାବାଳିକା ଉପରେ ଦୁର୍ବୃତ୍ତମାନେ ଅତ୍ୟାଚାର କରିବାର ସୀମା ଟପିଗଲାଣି । ଗତ ୧୯ ତାରିଖ ଅପରାହ୍ନ ସମୟରେ ଏହି ଘଟଣା ଘଟିଥିବା କଳିଙ୍ଗନଗର ଥାନା ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବାପରେ କଳିଙ୍ଗ ନଗର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ସହ ଉଭୟଙ୍କୁ ମେଡ଼ିକାଲ ଟେଷ୍ଟ କରାଇଛି। ଅଭିଯୁକ୍ତ ମଧ୍ୟ ଜଣେ ନାବାଳକ ହୋଇଥିବାରୁ ତାକୁ ଅନୁଗୁଳ ସ୍ଥିତ ଜୁଭେନଇଲ ସେଣ୍ଟରକୁ ପଠାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ଉକ୍ତ ଅଭିଯୁକ୍ତ ସମ୍ପୃକ୍ତ ନାବଳିକାର ବଡ଼ ଭଉଣୀକୁ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଅଧିକ ଅନୁସନ୍ଧାନ କରୁଛି। ତେବେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।