39.1 C
Bhubaneswar
Wednesday, April 24, 2024
Homeଅପରାଧଦୁଷ୍କର୍ମ ଉଦ୍ୟମ : ଦୁର୍ବୃତ୍ତର ଜିଭ କାମୁଡ଼ି ଛିଡ଼ାଇଦେଲେ ପୀଡ଼ିତା

ଦୁଷ୍କର୍ମ ଉଦ୍ୟମ : ଦୁର୍ବୃତ୍ତର ଜିଭ କାମୁଡ଼ି ଛିଡ଼ାଇଦେଲେ ପୀଡ଼ିତା

କାକଟପୁର : ଦେଶ ତଥା ରାଜ୍ୟରେ ନାରୀ ନିର୍ଯ୍ୟାତନାର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଜଘନ୍ୟ ହେବାରେ ଲାଗିଛି ।ମନୁଷ୍ୟର କ୍ରୁର କାମନା ଆଗରେ ସର୍ବଦା ଗୋଟିଏ ନାରୀ ହାର ମାନୁଛି । ହାଇଦ୍ରାବାଦ୍ ଗଣଦୁଷ୍କର୍ମ ଓ ବିଭସ୍ଥ ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହି ଘଟଣାରେ ଦେଶବ୍ୟାପୀ ଲୋକଙ୍କ ରୋଷ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁରୀ ଜିଲ୍ଲା କାକଟପୁର ବସଷ୍ଟାଣ୍ଡ ନିକଟ ଏକ ଆଶ୍ରମରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । କାକଟପୁର ବସ୍‌ଷ୍ଟାଣ୍ତ୍ ନିକଟସ୍ଥ ବହୁ ପୁରାତନ ଦଧୀଚି ଆଶ୍ରମରେ ରହୁଥିବା ଜଣେ ଅନ୍ତେବାସିନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଛି। କୌତୂହଳର ବିଷୟ ହେଲା, ପୀଡ଼ିତା ମହିଳା ଜଣକ ଦୁର୍ବୃତ୍ତର ଜିଭକୁ କାମୁଡ଼ି ଛିଡ଼ାଇ ଦେଇଛନ୍ତି ଏବଂ ଏହି କଟା ଜିଭକୁ ପୁଲିସ ଜବତ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମୁହଁରେ ଗାମୁଛା ବାନ୍ଧି ଆଶ୍ରମ ଭିତରେ ପଶିବା ସହ ସେ ଶୋଇଥିବା ଘରର କବାଟ ବାଡ଼େଇଥିଲା। ଆଶ୍ରମରେ ଏକୁଟିଆ ରହୁଥିବା ଅନ୍ତେବାସିନୀ କବାଟ ଖୋଲିବା ପରେ ଦୁର୍ବୃତ୍ତ ଜଣକ ତାଙ୍କ ମୁହଁରେ ଜୋରଜବରଦସ୍ତ ସାୟାକୁ ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ ମହିଳା ଜଣଙ୍କ ଛାଟିପିଟି ହୋଇ ମୁହଁରୁ କପଡ଼ା କାଢ଼ିଦେଇ ଦୁର୍ବୃତ୍ତର ଜିଭକୁ ଜୋରରେ କାମୁଡ଼ି ଦେଇଥିଲେ। ଜିଭ ଛିଡ଼ିଯିବାରୁ ଦୁର୍ବୃତ୍ତ ଜଣକ ଜୀବନ ବିକଳରେ ସେଠାରୁ ଫେରାର ହୋଇଯାଇଥିଲା। ଏ ସଂପର୍କରେ ଆଶ୍ରମ ମୁଖ୍ୟ ଗୁରୁବାର ସକାଳେ କାକଟପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାସ୍ଥଳକୁ ଯାଇ ଛିଡ଼ି ପଡ଼ିଥିବା ଜିଭକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ତେବାସିନୀ ଜଣକ ୩୦ ବର୍ଷରୁ ଅଧିକ ବର୍ଷ ହେଲା ଏହି ଆଶ୍ରମରେ ରହି ଆସୁଥିଲେ । ଦୁର୍ବୃତ୍ତ ଦୁଷ୍କର୍ମ ଉଦ୍ୟମ କଲା ବେଳେ ସେ ‌‌ଦୈବୀ ଶକ୍ତି ପ୍ରାପ୍ତ ହେବା ଭଳି ଅନୁଭବ କଲେ।  ସେ କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ବୃତ୍ତର ଜିଭକୁ କାମୁଡ଼ି ଛିଡ଼ାଇଦେଲେ ତାହା ସେ ନିଜେ ଜାଣିପାରୁନାହାନ୍ତି। ଜିଭ ଛିଡ଼ିଯିବାରୁ ଦୁର୍ବୃତ୍ତ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ରକ୍ତରେ ତାଙ୍କ ମୁହଁ ଭିଜିଯାଇଥିଲା ବୋଲି ପୀଡ଼ିତା କହିଛନ୍ତି। କାକଟପୁର ପୁଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking