28.1 C
Bhubaneswar
Friday, March 29, 2024
Homeଅପରାଧଜାମିନରେ ଆସିବା ପରେ ଦୁଷ୍କର୍ମକାରୀ ପୁଣି ଘଟାଇଲା ଏମିତି କିଛି.....

ଜାମିନରେ ଆସିବା ପରେ ଦୁଷ୍କର୍ମକାରୀ ପୁଣି ଘଟାଇଲା ଏମିତି କିଛି…..

ମୟୂରଭଞ୍ଜ : ଦୁଷ୍କର୍ମ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଦୁଷ୍କର୍ମକାରୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ମଧ୍ୟ ବଢିବାରେ ଲାଗିଛି । ତେବେ ଦୁଷ୍କର୍ମ ପରେ ଅଭିଯୁକ୍ତ ମାନେ ଗିରଫ ହୋଇଥାଆନ୍ତି । ପରେ ସେମାନେ ଜେଲ ଯାଇ ଜାମିନରେ ଆସିଥାଆନ୍ତି । ଜାମିନରେ ଆସିବା ପରେ ସେମାନେ ପୁଣି ସେହି ହୀନ କାମ କରିବାକୁ ପଛାଉ ନାହାନ୍ତି । ତେବେ ସେହିଭଳି ଏକ ଲଜ୍ଜା ଜନକ ଘଟଣା ରୁପସାରେ ହୋଇଥିବା ସୂଚନା ମିଳିଛି । ଦୁଷ୍କର୍ମ ମାମଲାରେ ୭ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ଜନୈକ ବିବାହିତ ଯୁବକ ଜାମିନରେ ଆସି ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରୁପସା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଜଣକ ସଞ୍ଜୀବ ଜେନା ।
ସୂଚନା ଅନୁସାରେ, ଏହା ପୂର୍ବରୁ ସେ ମୟୂରଭଞ୍ଜର ମୋରଡ଼ା ଥାନା ଅଞ୍ଚଳରେ ଏଭଳି ଦୁଷ୍କର୍ମ କରି ୭ ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲା । ଏବେ ସେ ଜାମିନରେ ଆସି ପୁଣି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଗତ ୧୬ ତାରିଖରେ ଜନୈକା ୧୫ ବର୍ଷୀୟା ଝିଅ କଷାଫଳ ଯିବାକୁ ବାଲେଶ୍ୱରରେ ଅପେକ୍ଷା କରିଥିବା ବେଳେ ସିଂଲା ଥାନା ଗମ୍ଭାରିଆ ଗ୍ରାମର ସଂଜୀବ ଜେନା ତାକୁ ଘରେ ଛାଡ଼ିଦେବ ବୋଲି କହିଥିଲା । ସଂଜୀବ ଉପରେ ବିଶ୍ୱାସ କରି ଝିଅଟି ତା’ସହିତ ବାଇକରେ ଆସୁଥିବା ବେଳେ ରୁପସା ଥାନା ସମ୍ମୁଖ ଏକ କଚ୍ଚା ରାସ୍ତା ଆଡ଼କୁ ବାଇକ୍ ମୁହାଁଇଥିଲା । ସେହି ରାସ୍ତା କଷାଫଳ ଆଡ଼କୁ ନୁହେଁ ବୋଲି ଝିଅଟି କହିବା ସତ୍ତ୍ୱେ ଏହି ବାଟ ପାଖ ହେବ ବୋଲି ବୁଝାଇ ଅଭିଯୁକ୍ତ ନାବାଳିକାଙ୍କୁ ଏକ ନିଛାଟିଆ ରାସ୍ତାକୁ ନେଇଯାଇଥିଲା । ସେଠାରେ ଥିବା ଧାନବିଲରେ ଦୁଷ୍କର୍ମ କରି ପଳାଇ ଯାଇଥିଲା । ପୀଡ଼ିତା ନିଛାଟିଆ ରାସ୍ତାରୁ ମୁଖ୍ୟ ରାସ୍ତାକୁ ଆସି ଏକ ଦୋକାନରେ ବସି କାନ୍ଦୁଥିବା କିଛି ଲୋକ ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ପହଞ୍ଚି ତାଙ୍କୁ ଥାନାକୁ ନେଇ ଏକ ମାମଲା ରୁଜୁ କରିଥିଲା । ପୁଲିସ ଅଭିଯୋଗକୁ ଆଧାର କରି ଚଢ଼ଉ କରି ଅଭିଯୁକ୍ତ ସଂଜୀବକୁ ବୁଧବାର ଦିନ ଗିରଫ କରିଛି । ସଂଜୀବ ବାଲେଶ୍ୱରରୁ ଉକ୍ତ ନାବାଳିକାଙ୍କୁ ନେଇ ଫେରିବା ବାଟରେ ଏକ ଏଟିଏମରୁ ଟଙ୍କା ଉଠାଇଥିଲା । ନାବାଳିକାଙ୍କ ବୟାନ ଓ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking