34.1 C
Bhubaneswar
Friday, March 29, 2024
Homeଅପରାଧନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର

ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ , ଅସଦାଚରଣ , ଦୁର୍ବ୍ୟବହାର ଭଳି ଘଟଣା । କେବେ ଦୁଷ୍କର୍ମ ପରେ ହତ୍ୟା ତ କେବେ ଦୁଷ୍କର୍ମ ପରେ ଫିଙ୍ଗି ଦେଉଥିବା ଜଣାପଡିଛି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ପୁଣି ଦେଖିବାକୁ ମିଳିଛି ନବରଙ୍ଗପୁର ଅଞ୍ଚଳରେ ।
ସୂଚନା ଅନୁସାରେ,୧୬ ବର୍ଷର ଏହି ଝିଅ ଜଣଙ୍କ ଗତକାଲି ରାତିରେ ପରିସ୍ରା କରିବାକୁ ଘରୁ ବାହାରକୁ ଯାଇଥିଲେ । ଆଉ ତା’ପରେ ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କ ମୃତଦେହ ଠାବ କରାଯିବା ପରେ ତାଙ୍କୁ ଦୁଷ୍କର୍ମ କରି ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତଦନ୍ତ ପରେ ଘଟଣା ସମ୍ପର୍କରେ କିଛି କୁହାଯାଇପାରିବ ବୋଲି ପୁଲିସ୍ କହିଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ପରେ ଜଣେ ନାବାଳିକାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଲ ମଝିରୁ ଝିଅଟିର ମୃତଦେହ ମିଳିଥିବା ବେଳେ ସେଠାରେ ଦୁଇଟି ପ୍ୟାଣ୍ଟ ମଧ୍ୟ ପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
https://onakhabar.com/2019/12/14/rape-case-again-in-hyderabad/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking