39.1 C
Bhubaneswar
Wednesday, April 24, 2024
Homeଅପରାଧନାବାଳିକାକୁ ୧୦ ଟଙ୍କା ଦେଇ ଦୁଷ୍କର୍ମ ଅଭିଯୋଗ : ଅଜା ଗିରଫ

ନାବାଳିକାକୁ ୧୦ ଟଙ୍କା ଦେଇ ଦୁଷ୍କର୍ମ ଅଭିଯୋଗ : ଅଜା ଗିରଫ

ଭୁବନେଶ୍ୱର : ଦେଶ ତଥା ରାଜ୍ୟରେ ନାରୀ ପ୍ରତି ନିର୍ଯ୍ୟାତନା ଦିନକୁ ଦିନ ଅତି ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଜଣେ ୭ ବର୍ଷର ନାବାଳିକାକୁ ୧୦ଟଙ୍କା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଂପର୍କୀୟ ଅଜାକୁ ପୁଲିସ ଶନିବାର ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଧାକୃଷ୍ଣ ଲେନ ବସ୍ତିରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସଂପର୍କୀୟ ଅଜା ୧୦ ଟଙ୍କା ଦେଇ ଘରକୁ ଡାକି ଦୁଷ୍କର୍ମ କରିଛି ବୋଲି ନାବାଳିକା ପ୍ରଥମେ ଖୁଡ଼ିଙ୍କୁ କହିଥିଲା। ଏହାଶୁଣି ପରିବାର ଲୋକେ ପରିବାର ଲୋକେ ଥାନାରେ ଅଭିଯୋଗ ଆଣିଛନ୍ତି। ପୁଲିସ ମାମଲା ରୁଜୁ କରି ଅଜା ଜଟିଆ ପିଙ୍ଗୁଆକୁ ଗିରଫ କରିଛି। ନାବାଳିକା ପୀଡିତାର ଡାକ୍ତରୀ ପରୀକ୍ଷା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking