35.1 C
Bhubaneswar
Tuesday, April 23, 2024
Homeଅପରାଧଦୁଷ୍କର୍ମ କରି ଜେଲ ଯାଇଥିଲେ, ଜେଲରୁ ଫେରିବା ପରେ ପୁଣି ଏଭଳି କାରନାମା କଲେ ଅଭିଯୁକ୍ତ ...

ଦୁଷ୍କର୍ମ କରି ଜେଲ ଯାଇଥିଲେ, ଜେଲରୁ ଫେରିବା ପରେ ପୁଣି ଏଭଳି କାରନାମା କଲେ ଅଭିଯୁକ୍ତ   

ଚାନ୍ଦବାଲି: ଦେଶ ତଥା ରାଜ୍ୟରେ ନାରୀ ପ୍ରତି ନିର୍ଯ୍ୟାତନା ଦିନକୁ ଦିନ ଅତି ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି । ଶୁକ୍ରବାର ହାଇଦ୍ରାବାଦର ଚାରିଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରା ଯାଇଥିବାବେଳେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ପୁଣି ଏକ ଲଜ୍ଜା ଜନକ ଘଟଣା ଭଦ୍ରକ ଚାନ୍ଦବାଲିରେ ଦେଖିବାକୁ ମିଳିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା । ପରେ ଅଭିଯୁକ୍ତ ମାନେ ଜାମିନରେ ଆସିବା ପରେ ପୁଣି ନାବାଳିକ ଜଣଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଘଟଣା ଏବେ ଚାନ୍ଦବାଲି ଅଞ୍ଚରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଜାମିନରେ ଆସିବା ପରେ ପୁଣି ଦୁଷ୍କର୍ମ ଉଦ୍ୟମ କରି ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ  ପୀଡ଼ିତାଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଖବର ବି ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାର ପ୍ରତିବାଦରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଧାମରା ଥାନା ସମ୍ମୁଖରେ ନିଜ ପିତା ମାତାଙ୍କୁ ନେଇ ଧାରଣାରେ ବସିଥିଲେ । ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଜଣାଯାଇଛି । ଉଭୟଙ୍କୁ ଧରିବାଲାଗି ପୁଲିସ ପ୍ରତିଶ୍ରୁତି ଦେବାପରେ ସେମାନେ ଘରକୁ ଫେରିଥିବା ଜଣାପଡିଛି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋସିଙ୍ଗ ପଞ୍ଚାୟତର ରବୀନ୍ଦ୍ର ନଗର ଗ୍ରାମର ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ପୁଲିସ ହାତରେ ଧରାପଡ଼ିଥିଲେ। ସେଦୁହେଁ ଜେଲ ଯାଇଥିଲେ। ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ଜାମିନ ପାଇବାପରେ ପୁଣି ପୀଡ଼ିତାଙ୍କ ଘରକୁ ଯାଇ  ଦୁଷ୍କର୍ମ ଉଦ୍ୟମ କରିଥିଲେ । ଦୁଇ ଅଭିଯୁକ୍ତ  ପୀଡ଼ିତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦରେ ପୀଡ଼ିତା ନାବାଳିକା ଉଚିତ ନ୍ୟାୟ ପାଇଁ ଧାମରା ଥାନା ସମ୍ମୁଖରେ ନିଜ ପିତା ମାତାଙ୍କୁ ନେଇ ଧାରଣାରେ ବସିଥିଲେ । ଉଭୟଙ୍କୁ ଧରିବାଲାଗି ପୁଲିସ ପ୍ରତିଶ୍ରୁତି ଦେବାପରେ ସେମାନେ ଘରକୁ ଫେରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking