33.1 C
Bhubaneswar
Thursday, April 25, 2024
Homeଅପରାଧରାଜଧାନୀରେ ହଇଚଇ

ରାଜଧାନୀରେ ହଇଚଇ

ଭୁବନେଶ୍ୱର : ପୁରୀ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଖୋଦ ରାଜଧାନୀରେ ଜଣେ ନାବାଳିକକୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଏକ ଘରୋଇ ହସପିଟାଲରେ ଛାଡି ଚମ୍ପଟ ମାରିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ,, ଖଣ୍ଡଗିରି ଥାନା ଶ୍ୟାମପୁର ଅଞ୍ଚଳରେ ରହୁଥିବା ନାବାଳିକାଙ୍କୁ ପଣ୍ଡାପାର୍କ ବସ୍ତିରେ ରହୁଥିବା ଜନୈକ ଯୁବକ ଗୋଟିଏ ଜାଗାରେ କାମ କରନ୍ତି। ଇତି ମଧ୍ୟରେ ଅଭିଯୁକ୍ତ ଜଣକ ସଂପୃକ୍ତା ନାବାଳିକାକୁ ଏକତରଫା ପ୍ରେମ କରୁଥିଲା। ବୁଧବାର ଅପରାହ୍ଣରେ ଯୁବତୀ ଜଣକ ଘରକୁ ଫେରୁଥିଲେ। ଏହି ସମୟରେ ଶ୍ୟାମପୁର ଛକରେ ନିଶାସକ୍ତ ଅବସ୍ଥାରେ ବସିଥିବା ଅଭିଯୁକ୍ତ ଜଣକ ତାଙ୍କୁ ଧମକଚମକ ଦେଇ ଜୋରଜବରଦସ୍ତ ବସ୍ତିକୁ ନେଇଯାଇଥିଲା।
ବସ୍ତିରେ ଥିବା ଏକ ଝୁମ୍ପୁଡି ଘରେ ତାଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଚିତ୍କାର କରିଥିଲେ ମଧ୍ୟ ଆଖାପାଖରେ କେହି ନଥିବାରୁ ତାଙ୍କୁ ଉଦ୍ଧାର କରିବାକୁ କେହି ଆସିପାରିନଥିଲେ। ଦୁର୍ବୃତ୍ତ ଜଣକ ଅତି ନୃସଂଶ ଭାବେ ଦୁଷ୍କର୍ମ କରିବା ଯୋଗୁଁ ନାବାଳିକା ଜଣକ ରକ୍ତାକ୍ତ ହୋଇପଡିଥିଲେ। ଏପରିକି ମୁର୍ମୁଷ ଅବସ୍ଥାକୁ ଆସିଯାଇଥିଲେ। ଭୟରେ ଯୁବକ ଜଣକ ତାଙ୍କୁ ନେଇ ନିକଟରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ।
ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇଥିବାରୁ ହସପିଟାଲ କର୍ତ୍ତୃପକ୍ଷ ନିୟମ ଅନୁସାରେ ପୁଲିସକୁ ଅବଗତ କରିଥିଲେ। ଖଣ୍ଡଗିରି ପୁଲିସ ହସପିଟାଲରେ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରୁଛି। ଏହି ଘଟଣାରେ ଜଣେ ଅଭିଯୁକ୍ତ ନା ଆଉ କିଏ ଅଛନ୍ତି, ସେ ନେଇ ପୁଲିସ ତଦନ୍ତ କରୁଛି। ତଦନ୍ତ ବେଳେ ଯେଉଁମାନେ ଘଟଣାରେ ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking