30.1 C
Bhubaneswar
Wednesday, April 24, 2024
Homeଅପରାଧଶ୍ରୀ କ୍ଷେତ୍ରରେ ଗଣଦୁଷ୍କର୍ମ ମାମଲା:ଜଣେ ଗିରଫ,୩ ଅଟକ

ଶ୍ରୀ କ୍ଷେତ୍ରରେ ଗଣଦୁଷ୍କର୍ମ ମାମଲା:ଜଣେ ଗିରଫ,୩ ଅଟକ

ପୁରୀ: ହାଇଦ୍ରାବାଦର ଗଣ ଦୁଷ୍କର୍ମ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁରୀରୁ ସେମିତି ଏକ ଛାତିଥରା ଘଟଣା ଆସିଛି । ନାରୀ ନିର‌୍ୟ୍ୟାତନା ସହ ଦୁଷ୍କର୍ମ କାରୀଙ୍କୁ  ଫାଶୀ ନେଇ ସମଗ୍ର ଦେଶ କମ୍ପମାନ କରୁଥିବା ବେଳେ ଯୌନପିପାସୁ ମାନଙ୍କର କୌଣସି ଫରକ ପଡ଼ୁନି । ପର‌୍ୟ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିଛି । ପୁରୀ ସହରର ଏକ ଜନଗହଳିପୂର୍ଣ୍ଣ ଅଂଚଳ ଓ ରିଜର୍ଭପୁଲିସ ଲାଇନର ଅନତି ଦୂରରେ ଅବସ୍ଥିତ ଝାଡେଶ୍ୱରୀ କ୍ଲବ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ଏକ ପୁଲିସ କ୍ୱାଟରରେ କରାଯାଇଛି ଏହି ଗଣଦୁଷ୍କର୍ମ । ଦୁଇଜଣ ଯୁବକ ଗଣଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇଜଣ ଦ୍ୱାର ବନ୍ଦ କରି ବାହାରେ ଜଗି ରହିଥିବା ଜଣାଯାଇଛି । ଭୁବନେଶ୍ୱରରେ ରହୁଥିବା କାକଟପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ନିମାପଡା ବସଷ୍ଟାଣ୍ଡରୁ କାର୍ ଯୋଗେ ଉଠାଇ ଆଣି ପୁଲିସ କ୍ୱାଟରରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବତୀ ଜଣକ ଗଣଦୁଷ୍କର୍ମ ସମୟର ଭିଡିଓ ତାଙ୍କର ଆଣ୍ଡ୍ରଏଡ୍ ଫୋନରେ କଏଦ କରିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ କୁମ୍ଭାରପଡା ଥାନା ପୁଲିସ ଜଣେ ବହିଷ୍କୃତ ପୁଲିସ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀକୁ ଅଟକ ରଖି ଥାନାରେ ଜେରା କରୁଛନ୍ତି । କୁମ୍ଭାରପଡା ଥାନାରେ ଆରକ୍ଷୀ ଅଧିକ୍ଷକ ଉମା ଶଙ୍କର ଦାଶ, ଡିଏସପି କ୍ଷୀର ସାଗର ନାୟକ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି । ଏହି ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଛି । ଏଥିପାଇଁ ଦୁଇଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଗୋଟିଏ ସ୍କ୍ୱାର୍ଡ ଧରା ପଡିଥିବା ଜିତେନ୍ଦ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ଅନ୍ୟ ଏକ ସ୍କ୍ୱାର୍ଡ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି । ଇତି ମଧ୍ୟରେ ପୀଡିତାର ବୟାନ ରେକର୍ଡ କରାଯାଇଛି । କୁମ୍ଭାରପଡା ଥାନାରେ ଅଭିଯୁକ୍ତକୁ ଏସପି ଜେରା କରୁଥିବା ବେଳେ ଥାନା ବାହାରେ ବହୁ ଦେଖଣାହାରୀ ରୁଣ୍ଡ ହୋଇ ପୁଲିସ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁସାରେ,କାକଟପୁର ଅଂଚଳର ଜଣେ ଯୁବତୀ ଯେ କି ଭୁବନେଶ୍ୱରରେ ଅବସ୍ଥାନ କରନ୍ତି । ଆଜି ସେ ତାଙ୍କ ଘରକୁ ବସ ଯୋଗେ ଫେରୁଥିଲେ । ନିମାପଡା ଠାରେ ବସରୁ ଓହ୍ଲାଇ ଏକ ହୋଟେଲରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ବସଟି ଛାଡି ଦେଇଥିଲା । ପରବର୍ତୀ ସମୟରେ ଅନ୍ୟ ଏକ ବସରେ କାକଟପୁର ଯିବା ପାଇଁ ସେ ଅପେକ୍ଷା କରିଥିବା ବେଳେ ଏକ କାର୍ ତାଙ୍କ ପାଖରେ ଲାଗିଥିଲା । କାରରୁ ଜଣେ ଯୁବକ ବାହାରି ତାଙ୍କୁ କୁଆଡେ ଯିବେ ବୋଲି ପ୍ରଶ୍ନ କରିଥିଲେ । ସେ କାକଟପୁର ଯିବେ ବୋଲି କହିବାରୁ “ମୁଁ ଜଣେ ପୁଲିସ କର୍ମଚାରୀ” କହି ତାଙ୍କର ପରିଚୟ ପତ୍ର ଦେଖାଇଥିଲେ । ଯେଉଁଥିରେ “କନଷ୍ଟେବଳ ନମ୍ବର ୪୫୦ ଓ ନାମ ଜିତେନ୍ଦ୍ର କୁମାର ସେଠୀ” ଉଲ୍ଲେଖ ଥିଲା । ଜିତେନ୍ଦ୍ରଙ୍କ ଅନୁରୋଧଙ୍କୁ ସମ୍ପୃକ୍ତ ଯୁବତୀ ପ୍ରତ୍ୟାଖ୍ୟାନ କରିବା ପରେ ସେ ଓ କାରରେ ଥିବା ଅନ୍ୟ ତିନିଜଣ ଯୁବକ ତାଙ୍କୁ ଜବରଦସ୍ତ କାର ଭିତରକୁ ଟେକି ନେଇଥିଲେ । କାରଟି ପୁରୀ ଅଭିମୁଖେ ଛୁଟିଥିଲା । ଅଭିଯୁକ୍ତମାନେ ଯୁବତୀଙ୍କୁ ଝାଡେଶ୍ୱରୀ କ୍ଲବ ନିକଟରେ ଥିବା ଏକ ପୁଲିସ କ୍ୱାଟରକୁ ଆଣିଥିଲେ । ସମ୍ପୃକ୍ତ କ୍ୱାଟରଟି ଜିତେନ୍ଦ୍ରଙ୍କ ପତ୍ନୀଙ୍କର ବୋଲି କୁହାଯାଉଛି । ସେ ମଧ୍ୟ ଜଣେ ପୁଲିସ କର୍ମଚାରୀ ଭାବେ କାର‌୍ୟ୍ୟରତ । କ୍ୱାଟରରେ ଥିବା ଜଣେ ଶିଶୁକୁ ଅଭିଯୁକ୍ତମାନେ ଗୋଟିଏ କୋଠରୀରେ ବନ୍ଦ କରି ଦେଇଥିଲେ । ପରେ ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ ଏବଂ ଯୁବତୀ ପ୍ରତି ଅସଦାଚରଣ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଯୁବତୀ ଜଣକ ତାଙ୍କ ଫୋନରେ ଅଭିଯୁକ୍ତମାନଙ୍କ ଫଟୋ ଉଠାଇଥିଲେ ଏବଂ ଏହା ପୁଲିସ ଓ ଗଣମାଧ୍ୟମକୁ ଦେବେ ବୋଲି ପ୍ରକାଶ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଏଥିରେ ସାମାନ୍ୟତମ ବିଚଳିତ ହୋଇନଥିଲେ । ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଅତ୍ୟଧିକ ମଦ୍ୟପାନ କରିଥିବାରୁ ଜିତେନ୍ଦ୍ର ଶୋଇ ପଡିଥିଲେ । ଅନ୍ୟ ତିନିଜଣ ସମ୍ପୃକ୍ତ ଯୁବତୀଙ୍କୁ ଏକ କୋଠରୀରେ ବନ୍ଦ କରି ଫେରାର ହୋଇଯାଇଥିଲେ । ସମ୍ପୃକ୍ତ ଯୁବତୀ ଝରକା ବାଟେ ଚିତ୍କାର କରିବାରୁ ରାସ୍ତା ଦେଇ ଯାଉଥିବା ଜଣେ ପୁରୁଷ ଏବଂ ଜଣେ ମହିଳା କ୍ୱାଟରର ଦ୍ୱାର ଖୋଲିଥିଲେ । ଯୁବତୀ ଜଣକ ପଚାରି ପଚାରି କୁମ୍ଭାରପଡା ଥାନାରେ ପହଞ୍ଚିଥିଲେ । ସେ ସମୟରେ ଜଣେ ମହିଳା ସବ୍ ଇନ୍ସପେକ୍ଟର ବାହାରକୁ ଆସି ଯୁବତୀ ଜଣକୁ ଦେଖିଥିଲେ । ଥାନା ପରିସରକୁ ଆସିଲେ ତଦନ୍ତ କରାଯିବ ବୋଲି କହି ଚାଲି ଯାଇଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କେତେକ ଲୋକ ଖବର ଦେବାରେ ଗଣମାଧ୍ୟମ ପ୍ରତିନିଧିମାନେ ଥାନା ସମ୍ମୁଖରେ ପହଞ୍ଚିଥିଲେ ।
ସମ୍ପୃକ୍ତ ଯୁବତୀ ଥାନା ଭିତରକୁ ଯାଇ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା । ଜେରା ପରେ ଜିତେନ୍ଦ୍ର ଓ ପୀଡିତାଙ୍କୁ ଡାକ୍ତରମାଇନା କରାଯିବ ବୋଲି ପୁଲିସ କହିଛି । ପସକୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ସବୁଠାରୁ ସାଘାତିକ କଥା ହେଲା, ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ସଂସ୍ଲିଷ୍ଟ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ପୁଲିସ୍ ଜଣକ ହେଉଛନ୍ତି ଜିତେନ୍ଦ୍ର ସେଠୀ। ପୂର୍ବରୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ସୂଚନା ରହିଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking