27.8 C
Bhubaneswar
Friday, April 19, 2024
Homeଓଡିଶାଆଦିବାସୀ ନାବାଳିକାକୁ ଅପହରଣ ପରେ.....

ଆଦିବାସୀ ନାବାଳିକାକୁ ଅପହରଣ ପରେ…..

ବେତନଟୀ: ବେତନଟୀ ଥାନାର କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଞ୍ଚଳର ଜନୈକା ଆଦିବାସୀ ନାବାଳିକାକୁ ଗତ ୧୪ ସେପ୍ଟେମ୍ବର ଦିନ ମୋରଡା ଥାନା ଅଧୀନ ଜୁଆଳିଭଙ୍ଗାର ଜନୈକ ଯୁବକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତା ନାବାଳିକାର ଭାଇ ବେତନଟୀ ଥାନାରେ ଅଭିଯୋଗ କରିବା ପରେ ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ ଅନୁମାସରେ ମାମଲା ରୁଜୁକରି ଜିଲ୍ଲା ମୁଖ୍ୟାଳୟ ଡିଏସ୍‌ପି ସନାତନ ସାହୁଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଡିଏସପି ସନାତନ ସାହୁ ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଅଭିଯୁକ୍ତ ଯୁବକ ଜଣକର ଜାମିନ ଆବେଦନ ଖାରଜ ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking