40.1 C
Bhubaneswar
Thursday, April 25, 2024
Homeଅପରାଧଘରେ ରଖି ନାବାଳିକାକୁ ଦୁଷ୍କର୍ମ, ୩ ବର୍ଷ ପରେ ଠିକାଦାର ଗିରଫ

ଘରେ ରଖି ନାବାଳିକାକୁ ଦୁଷ୍କର୍ମ, ୩ ବର୍ଷ ପରେ ଠିକାଦାର ଗିରଫ

ଭୁବନେଶ୍ୱର : ୨୦୧୮ ମସିହା ଚନ୍ଦ୍ରଶେଖରପୁର ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୩ ବର୍ଷ ପରେ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଡମଣା ପଦ୍ମାବତୀ ବିହାରର ପ୍ରମୋଦ କୁମାର ସିଂ । ଏନେଇ ପୁଲିସ୍ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରମୋଦ ଡମଣା ଅଞ୍ଚଳରେ ରହିବା ସହ ରାଜଧାନୀରେ କୋଠାବାଡ଼ି ଠିକାଦାର ଭାବେ କାମ କରୁଥିଲେ । ୨୦୧୮ ମସିହାରେ ପୀଡ଼ିତା ନାବାଳିକାଙ୍କ ବୟସ ୧୨ବର୍ଷ ଥିଲା । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ । ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କ ବାପା ଜଣେ କୋଠାବାଡ଼ି ଶ୍ରମିକ ଥିବାରୁ ଘରର ଆର୍ôଥକ ସ୍ଥିତି ଭଲ ନଥିଲା । ତେଣୁ ସେ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ୨୦୧୮ ମେ’ ୩୦ ତାରିଖରେ ପ୍ରମୋଦ ଘରକୁ ଆସିଥିଲେ । ନାବାଳିକା ଜଣକ ପ୍ରମୋଦ ଘରର ସମସ୍ତ କାମ କରୁଥିଲେ । ଆସିବାର ୨ଦିନ ପରେ ଅର୍ଥାତ୍ ଜୁନ୍ ୧ ଓ ୨ତାରିଖରେ ପ୍ରମୋଦ ସମ୍ପୃକ୍ତ ନାବାଳିକାକୁ ଏକାକି ପାଇ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହାପରେ ନାବାଳିକା ପୂରା ଡରିଯାଇଥିଲେ । ଜୁନ୍ ୩ ତାରିଖରେ ପ୍ରମୋଦ ଘରେ ନଥିବାବେଳେ ସେ ସ୍ଥାନୀୟ ଡମଣାବସ୍ତିକୁ ଲୁଚି ପଳାଇ ଯାଇଥିଲେ । ସେଠାରେ ବସ୍ତିର ଲୋକମାନେ ତାଙ୍କୁ ଭୟଭୀତ ଅବସ୍ଥାରେ ଦେଖି ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ । ପୁଲିସ ଆଗରେ ସେ ସବୁ ଘଟଣା ଜଣାଇଥିଲେ । ଏହାପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଥିଲା । ଗିରଫ ହେବା ଭୟରେ ପ୍ରମୋଦ ସେବେଠୁ ଫେରାର୍ ହୋଇଯାଇଥିଲେ । ସେତେବେଳେ ଏହି ଘଟଣାକୁ ଜିଲ୍ଲା ଶିଶୁମଙ୍ଗଳ କମିଟି ଗୁରୁତର ସହ ବିଚାରକୁ ନେଇ ଶିଶୁମଙ୍ଗଳ ଅଧିକାରୀଙ୍କୁ ସ୍ୱତନ୍ତ୍ର କାଉନ୍‌ସେଲର ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୁକ୍ତ ଡମଣା ଅଞ୍ଚଳର ହୋଇଥିଲେ ମଧ୍ୟ ସେ ଶ୍ୟାମପୁର ଅଞ୍ଚଳରେ ରହୁଥିଲେ । ଏ ନେଇ ତାଙ୍କ ବନ୍ଧୁବାନ୍ଧବଙ୍କ ସହ ପୁଲିସ ନିୟମିତ ଯୋଗଯୋଗରେ ରହୁଥିଲା । ରବିବାର ଶ୍ୟାମପୁରସ୍ଥିତ ଘରେ ପ୍ରମୋଦ ଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ପୁଲିସ ଟିମ୍ ସେଠାରେ ଚଢ଼ଉ କରି ପ୍ରମୋଦକୁ ଗିରଫ କରିଥିବା ଚନ୍ଦ୍ରଶେଖରପୁର ଥାନାଧିକାରୀ ଯୁବରାଜ ସ୍ୱାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking