ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

ମୟୂରଭଞ୍ଜ : ଦୁଷ୍କର୍ମ ଉଦ୍ୟମର ଶିକାର ହୋଇ ଗୁରୁତର ନାବାଳିକା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଟାଉନ ଥାନା ଅଞ୍ଚଳରେ । ତେବେ ପିଡିତା ନାବାଳିକା ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ସୁନାମୁହିଁ ଅଞ୍ଚଳର ଯୁବକ ଶିବ ସିଂ ସହିତ ପିଡିତା ପରିବାରର ପରିଚୟ ରହିଛି । ଏହି ପରିଚୟକୁ ଆଧାର କରି ଅଭିଯୁକ୍ତ ଯୁବକ ଶିବ ସିଂ ଷ୍ଟେସନବଜାର ଅଞ୍ଚଳରେ ଥିବା ପିଡ଼ିତାଙ୍କ ଘରେ ପହଞ୍ଚି ସାଇକେଲରେ ବୁଲାଇବା ପାଇଁ ନାବାଳିକାକୁ ନେଇଯାଇଥିଲେ । କିନ୍ତୁ ବୁଲାଇବା ପାଇଁ ନେଇ ୫/୬ବର୍ଷର ନାବାଳିକା ଉପରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏଥିରେ ପିଡ଼ିତା ନାବାଳିକା ଗୁରୁତର ହୋଇ ପଡିବାରୁ ଅଭିଯୁକ୍ତ ଶିବ ସିଂ ନାବାଳିକାକୁ ତାଙ୍କ ଘରେ ଛାଡ଼ିଦେଇ ପଳାଇ ଯାଇଥିଲେ । ପରେ ପିଡିତା ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିବ ସିଂକୁ ଗିରଫ କରି ଅଧିକ ତଦନ୍ତଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here