28.1 C
Bhubaneswar
Thursday, March 28, 2024
Homeଅପରାଧମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ଯୁବକ ଗିରଫ

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ଯୁବକ ଗିରଫ

ଜଟଣୀ : ଘରେ ଏକୁଟିଆ ଥିବା ଜଣେ ଗର୍ଭବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଟଣୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ, ଛଣଘର ମଧୁସୂଦନ ନଗରର ଦେବାଶିଷ ରାଉତରାୟ ଓରଫ ଟୁଲୁ(୩୬)।
ସୂଚନା ଅନୁଯାୟୀ, ଜଟଣୀ ଥାନା ଅଞ୍ଚଳର ଜଣେ ଗର୍ଭବତୀ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଛଣଘର ମଧୁସୂଦନ ନଗରର ଦେବାଶିଷ ଶୁକ୍ରବାର ଦିନ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମହିଳାଜଣଙ୍କ ଏହାର ବିରୋଧ କରିବାରୁ ଦେବାଶିଷ ତାଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ମହିଳାଙ୍କ ପାଟି ଶୁଣି ପଡ଼ିଶା ଘର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତ ଦୌଡ଼ି ପଳେଇ ଥିଲା। ପରେ ଜଟଣୀ ଥାନାରେ ଏ ନେଇ ମହିଳାଙ୍କ ସ୍ୱାମୀ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଦେବାଶି‌ଷକୁ ଗିରଫ କରିଥିଲା।ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking