37.2 C
Bhubaneswar
Friday, April 19, 2024
Homeଅପରାଧଦଣ୍ଡରୁ ବଞ୍ଚିବା ପାଇଁ ଦୁଷ୍କର୍ମକାରୀ ମୃତ୍ୟୁ ନାଟକ ରଚି ଫେରାର ଥିଲା, ଶେଷରେ କ’ଣ ହେଲା...

ଦଣ୍ଡରୁ ବଞ୍ଚିବା ପାଇଁ ଦୁଷ୍କର୍ମକାରୀ ମୃତ୍ୟୁ ନାଟକ ରଚି ଫେରାର ଥିଲା, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ : ଆମେରିକାର ଜଣେ ଅପରାଧୀ ଦଣ୍ଡରୁ ବଞ୍ଚିବା ପାଇଁ ନିଜ ମୃତ୍ୟୁ ନାଟକ ରଚି ଫେରାର ରହିଥିଲା। କୋଭିଡ -୧୯ରେ ପୀଡିତ ହେବା ପରେ ସେ ସ୍କଟଲ୍ୟାଣ୍ଡର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଉକ୍ତ ଫେରାର ଦୁଷ୍କର୍ମକାରୀର ପରିଚୟ ଜଣାପଡ଼ି ଯାଇଥିଲା। ଆଉ ପୁଲିସ ତାକୁ ହସ୍ପିଟାଲରୁ ଗିରଫ କରି ନେଇଥିଲା। ୟୁଟା କାଉଣ୍ଟି ଅଟାର୍ନି କାର୍ଯ୍ୟାଳୟର ଏକ ବୟାନରେ କହିଛି, ନିକୋଲସ୍ ରୋସି, ଯିଏକି ନିକୋଲସ ଅଲହୱାର୍ଡିଆନ୍ ନାମରେ ମଧ୍ୟ ଜଣାଶୁଣା।

ତାକୁ ୨୦୦୮ରେ ୟୁଟାରେ ଏକ ଦୁଷ୍କର୍ମ ଘଟଣା ଓ ୨୦୧୮ ରେ ଓହିଓରେ ଅନ୍ୟ ଏକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ନେଇ ପୁଲିସ ଖୋଜୁଥିଲା। କିନ୍ତୁ ସେ ସେବେଠାରୁ ଫେରାର ‌ରହିଥିଲା। ୨୦୨୦ ଫେବ୍ରୁଆରି ୨୯ରେ ନିକୋଲସ୍ ରୋସିକୁ ମୃତ୍ୟୁ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଖବର ସାମ୍ନାକୁ ଆସିଛି ଫେରାର ହେବା ପରେ ନିକୋଲସ ଆର୍ଥର ନାଇଟ୍ ନାମରେ ଗ୍ଲାସ୍ଗୋରେ ରହୁଥିଲା। ନିକଟରେ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଆଉ ପୁଲିସକୁ ତାକୁ ଗିରଫ କରି ସୁସ୍ଥ ହେବାକୁ ଅପେକ୍ଷା କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking