30.1 C
Bhubaneswar
Wednesday, April 24, 2024
Homeଅପରାଧମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ : ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣି ଗିରଫ

ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ : ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣି ଗିରଫ

ଅନୁଗୁଳ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସଆଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଥିବା କଥା ମନରୁ ଲିଭିନାହିଁ । ପୁଣି ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲାରେ ଚାଂଚଲ୍ୟ ଖେଳାଇ ଦେଇଛି । ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ଅଧିକାରୀ। ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜରେ ପ୍ରଶିକ୍ଷଣ ନେବାକୁ ଆସିଥିବାବେଳେ ବନବିଭାଗର ଜଣେ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ୍ ବନ ବିଭାଗର ତୃତୀୟ ଶ୍ରେଣୀ କର୍ମଚାରୀ ବିଶ୍ବଜିତ ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ ଫରେଷ୍ଟର ଭାବେ କାମ କରୁଥିବା ବିବାହିତା ମହିଳା ଜଣକ ୨୦୧୭ ମସିହାରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜକୁ ପ୍ରଶିକ୍ଷଣ ନେବାକୁ ଆସିଥିଲେ। ଏଠାକାର ରହଣି ମଧ୍ୟରେ ଏହି କଲେଜରେ କିରାଣି ଭାବେ କାର‌୍ୟ୍ୟରତ ବିଶ୍ବଜିତ ନାୟକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ମୋବାଇଲ ଫୋନ୍‌ରେ କଥାବାର୍ତ୍ତା ବେଳେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ନିୟମିତ ବ୍ୟବଧାନରେ ସେମାନେ ଚାଟିଂ ମଧ୍ୟ କରୁଥିଲେ। ନୂଆ ବର୍ଷ ଅବସରରେ ବିଶ୍ବଜିତ ମହିଳା ଫରେଷ୍ଟରଙ୍କୁ ଅନୁଗୁଳ ଡକାଇଥିଲେ। ଏକାଠି ଦୁହେଁ ରାତ୍ରିଯାପନ କରିଥିଲେ। ବିବାହ କରିବାର ପ୍ରତିଶ୍ରୁତି ଦେଇ ବିଶ୍ବଜିତ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ମାତ୍ର ୨ ତାରିଖ ଦିନ ବିଶ୍ବଜିତ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ। ‌କେବଳ ସେତିକି ନୁହେଁ, ତାଙ୍କୁ ଧମକ୍ ଚମକ ବି ଦେଇଥିଲେ। ଏଭଳି ସ୍ଥିତିରେ ମହିଳା ଫରେଷ୍ଟର ଶୁକ୍ରବାର ଅନୁଗୁଳ ଥାନାରେ ଏତଲା ଦେଇଥିଲେ। ଅନୁଗୁଳ ପୁଲିସ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା। ଡାକ୍ତରୀ ପରୀକ୍ଷା ପରେ ବିଶ୍ବଜିତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking