31.1 C
Bhubaneswar
Friday, March 29, 2024
Homeଓଡିଶାଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

ଅନୁଗୁଳ: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଏଭଳି ଅଭିଯୋଗ ଆସିଛି। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସୋମବାର ରାତିରେ ସମ୍ପୃକ୍ତ ଯୁବକ ମହିଳା ଡାକ୍ତରଙ୍କ ବାସଭବନକୁ ଖାଇବା ପାର୍ସଲ ନେଇ ଯାଇଥିଲେ। ସେଠାରେ ଯୁବକ ଜଣକ ମହିଳା ଡାକ୍ତରଙ୍କୁ ଏକୁଟିଆ ପାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ହଠାତ୍‌ ଡାକ୍ତରରାଣୀଙ୍କ ୨ ଭାଇ ଘରେ ପହଞ୍ଚିବାରୁ ଉକ୍ତ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଡାକ୍ତର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତା ଡାକ୍ତରାଣୀଙ୍କୁ ଡାକ୍ତର ମାଇନା ପାଇଁ ପଠାଯାଇଥିବା ଅନୁଗୋଳ ଏସ୍‌ପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking