37.1 C
Bhubaneswar
Saturday, April 20, 2024
Homeଅପରାଧଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର : ପୁଣି ଲଜ୍ଜା । ଏକ ଆଦିବାସୀ ନାବାଳିକାଙ୍କୁ ଜୀବନରେ ମାରିଦେବାକୁ ଓ ନିଶା ଦ୍ରବ୍ୟ ଖୁଆଇ ଦୁଷ୍କର୍ମ କରିଥିବା ନେଇ ବଲାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପିଡ଼ିତାଙ୍କ ବାପା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବାଲାଗୋଡା ପଂଚାୟତର ବଲାଣି ଟାଉନସିପ୍ ଶାନ୍ତିନଗର ଅଂଚଳରେ ।
ସୂଚନା ଅନୁଯାୟୀ, ଗତ ରବିବାର ୧୬ ତାରିଖ ଅଭିଯୁକ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ବଲାଣି ଖଣିରେ କାର୍ଯ୍ୟ କରୁଥିବା ୪୦ ବର୍ଷୀୟ ଲିଲାରାମ ସୂର୍ଯ୍ୟବଂଶୀ । ଲୀଳାରାମ ଘରପାଖରେ ରହୁଥିବା ଏକ ଆଦିବାସୀ ନାବାଳିକାଙ୍କୁ ଫୁସୁଲାଇ ତାଙ୍କ ଘରକୁ ନେଇ ଯାଇ ରାତିସାରା ଦୁଷ୍କର୍ମ କରିଥିଲା । ତେବେ ପିଡ଼ିତାଙ୍କ ପରିବାର ସେ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା । ତେବେ ଅନ୍ୟ ଦିନ ସକାଳ ପ୍ରାୟ ୮ଟା ସମୟରେ ଝିଅ ଅଭିଯୁକ୍ତ ଘରୁ ବାହାରିଥିଲା ।
ତେବେ ବାପା ପଚାରିବାରୁ ଝିଅ ଭୟଭୀତ ହୋଇ ନିକଟସ୍ଥ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା । ତେବେ ପରିବାର ଲୋକେ ବୁଝାସୁଝା କରି ପୁଣି ପଚାରିବାରୁ ଝିଅ କହିଥିଲା ଯେ ଗତ ଦୁଇ ମାସ ହେଲା ଜୀବନରେ ମାରିଦେବାକୁ ଧମକ ଦେଇ ନିଶାଦ୍ରବ୍ୟ ଖୁଆଇ ଦୁଷ୍କର୍ମ କରିଆସୁଥିଲା। ତେବେ ଝିଅ ଡରି ଘରେ ଏସବୁ ବିଷୟରେ କିଛି କହିନଥିବା କଥା କହିଛନ୍ତି ପିଡିତାଙ୍କ ବାପା । ପରେ ପରିବାର ଲୋକେ ସ୍ଥାନୀୟ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚଙ୍କ ସହାୟତାରେ ବଲାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବଲାଣି ପୁଲିସ ଲିଖିତ ଅଭିଯୋଗକୁ ଆଧାର କରି ପିଡିତାଙ୍କୁ ଡାକ୍ତରୀ ମାଇନା ନିମନ୍ତେ କେନ୍ଦୁଝର ପଠାଇବା ସହିତ ଅଭିଯୁକ୍ତକୁ ପଚରାଉଚୁରା କରିବାକୁ ବଲାଣି ଥାନାରେ ଅଟକ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking