26.1 C
Bhubaneswar
Friday, March 29, 2024
Homeଅପରାଧଚାକିରୀ ପ୍ରଲୋଭନରେ ଗଣଦୁର୍ଷମ ଅଭିଯୋଗ

ଚାକିରୀ ପ୍ରଲୋଭନରେ ଗଣଦୁର୍ଷମ ଅଭିଯୋଗ

ଝାରସୁଗୁଡା : ଚାକିରୀ ଦେବା ପ୍ରଲୋଭନ ଦେଖାଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨ ଜଣ ଅଭିକକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ଝାରସୁଗୁଡା ଟାଉନଥାନା ପୁଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ଲଇକେରା ଅଂଚଳର ବିକାଶ ପଟେଲ ଏବଂ ଅନୀଲ ମାଡକ ବୋଲି ଜଣା ପଡିଛି । ତେବେ ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଦୀପୁ ଫେରାର ହୋଇଯାଇଛି । ତାକୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ବୁଧବାର ସଂଧ୍ୟାରେ ଚାକିରୀ କରାଇ ଦେବୁ କହି ଅଭିଯୁକ୍ତମାନେ ଜଣେ ଯୁବତୀଙ୍କୁ ଝାରସୁଗୁଡା ସହରନିକଟସ୍ଥ ଖଲିଆମାଲର ଏକ ଘରକୁ ନେଇଥିଲେ । କିଛି ସମୟପରେ ସେମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଯୁବତୀ ସେମାନଙ୍କୁ ବିରୋଧ କରି ପାଟି କରିବାରୁ ସ୍ଥାନୀୟ ଲୋକେ ପାଟି ଶୁଣି ପୁଲିସକୁ ଏ ବିଷୟରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳକୁ ପହଂଚି ବିକାଶ ଓ ଅନୀଲକୁୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ତେବେ ଏହି ଘଟଣାରେ ଯୁବତୀଙ୍କ ସମ୍ପର୍କୀୟମାନେ ମାନେ ମଧ୍ୟ ଲିପ୍ତ ଥିବା ପୁଲିସ ସୁତ୍ରରୁ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking