29.1 C
Bhubaneswar
Saturday, April 20, 2024
Homeଏକ୍ସକ୍ଲୁସିଭ୍ପୁଣି ଲଜ୍ଜା, ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

ପୁଣି ଲଜ୍ଜା, ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

ନୀଳଗିରି : ଦେଶରେ ନାରୀ ପ୍ରତି ନିର୍ଯ୍ୟାତନାର ପରିମାଣ ଦିନକୁ ଦିନ ବଢିବା ସହ ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି | କାମାନ୍ଧମାନଙ୍କ କ୍ରୁର କାମନା ଆଗରେ ସବୁବେଳେ ହାର ମାନୁଛି ନାରୀଟିଏ | କ୍ରୁରକାମୀ ପିଶାଚଙ୍କ ପାପ ଦୃଷ୍ଟି ପୁଣି ଜଣେ ନାବାଳିକା ଉପରେ ପଡିଛି | ବାଲେଶ୍ୱର ଅନ୍ତର୍ଗତ ନୀଳଗିରି ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାିଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ନୀଳଗିରି ଥାନା ଅଞ୍ଚଳରେ ଥିବା ନାବାଳିକା ଜଣକ ଘରେ ଏକୁଟିଆ ଥିଲେ | ତେବେ ସେ ଘରେ ଏକା ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରିବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାର ଜଣା ପଡିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking