ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ଗୋଟିଏ ଠିକାଦାର ରାସ୍ତାକାମ ସାରିବାକୁ ବସିଥିବା ବେଳେ ଅନ୍ୟପଟେ ରାସ୍ତା ମରାମତି ନହେବା ଯୋଗୁଁ ସ୍ଥାନୀୟ ଅଚଂଳରେ ଅସନ୍ତୋଷ ବଢିବାରେ ଲାଗିଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ କୋର୍ଟ ଛକରୁ କାଳୀବଜାର ନରହରି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପ୍ରାୟ ୩ ରୁ ୪ କିଲୋମିଟର ରାସ୍ତାର ଅବସ୍ଥା କହିଲେ ନଚଳେ । ରାସ୍ତା ମଝିରେ ବଡ ବଡ ଖାଲ ଦେଖିବାକୁ ମିଳୁଛି ।
ଯେଉଁ ଖାଲରେ କି ବର୍ଷା ଦିନେ ପାଣି ଜମି ଯିବାରୁ ଜଣା ନପଡିବା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଉକ୍ତ ରାସ୍ତା ମରାମତି ନହେବାରୁ ବଡ ଗାଡି ମଟର ଯିବା ଆସିବା ଦ୍ୱାରା ଖାଲ ବଡ ହେବାରେ ଲାଗିଛି । କୈାଣସି ମେଡିକାଲ କାମରେ ଯିବା ଆସିବା ଏବେ କଷ୍ଟକର ହୋଇପଡିଲାଣି । ରାସ୍ତା ମରାମତି କରିବାକୁ ଅଚଂଳବାସୀ ଦୀର୍ଘଦିନ ହେଲା ଦାବି କରୁଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନାହିଁ । ତେବେ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମି ଦିନରେ ଆନ୍ଦୋଳନ ଦାନା ବାନ୍ଧିବ ଏଥିରେ ସନ୍ଦେହ ନାହିଁ ।