28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକିଲି ପଲଙ୍କ ସହ ତାଳରେ ତାଳ ମିଶାଇ ମଞ୍ଚରେ ନାଚିଲେ ରଣବୀର

କିଲି ପଲଙ୍କ ସହ ତାଳରେ ତାଳ ମିଶାଇ ମଞ୍ଚରେ ନାଚିଲେ ରଣବୀର

ମୁମ୍ବାଇ : ଅଭିନେତା ରଣଭୀର ସିଂହ ତାଙ୍କର ଅତରଙ୍ଗୀ ଅନ୍ଦାଜ ପାଇଁ ଜଣାଶୁଣା। ଏନର୍ଜିରେ ପରିପୂର୍ଣ୍ଣ ରଣଭୀର ପ୍ରତ୍ୟେକ ସମାବେଶରେ ନିଜର ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟ ଜିତନ୍ତି। ନିକଟରେ ଏକ ଇଭେଣ୍ଟରେ ରଣଭୀରଙ୍କ ଏହି ଅନ୍ଦାଜ ଦେଖିବାକୁ ମିଳିଛି। ଏହି ଅବସରରେ ସୋସିଆଲ୍ ମିଡିଆ ସେନ୍ସେସନ୍ କିଲି ପଲ ମଧ୍ୟ ରଣଭୀରଙ୍କ ସହ ନଜର ଆସିଛନ୍ତି। କିଲି ପଲ୍ ତାଞ୍ଜାନିଆର ପ୍ରସିଦ୍ଧ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ଡ୍ୟାନ୍ସର ଏବଂ କଣ୍ଟେଟ୍ କ୍ରିଏଟର୍। ଯିଏକି ତାଙ୍କ ଭଉଣୀ ନୀମା ପାଲଙ୍କ ସହ ବଲିଉଡ ଗୀତରେ ଲିପ-ସିଙ୍କ୍ କରନ୍ତି ।ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ରଣଭୀର ଏବଂ କିଲି ମଞ୍ଚ ଉପରେ ଧମାଲ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଦୁହେଁ ମଞ୍ଚରେ ନାଚୁଥିବାର ନଜର ଆସିଛନ୍ତି। ଏହି ସମୟରେ ରଣଭୀର ଫୁଲ୍ ଏନର୍ଜି ସହ ଦେଖାଯାଇଛନ୍ତି। ଏଥି ସହିତ, କିଲି ମଧ୍ୟ ନିଜର ସ୍ୱତନ୍ତ୍ର ଅନ୍ଦାଜରେ ନାଚିଛନ୍ତି। ଏହି ଉଭୟ ତାରକା ମେଟା କ୍ରିଏଟର୍ ଦିବସର ଇଭେଣ୍ଟରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking