38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଆଇପିଏଲ କିଣିବେ ରଣଭୀର-ଦୀପିକା

ଆଇପିଏଲ କିଣିବେ ରଣଭୀର-ଦୀପିକା

ମୁମ୍ବାଇ : ବଲିଉଡ ଅଭିନେତା-ଅଭିନେତ୍ରୀଙ୍କ ମଧ୍ୟରେ କ୍ରିକେଟ ସହିତ ଘନିଷ୍ଠ ସମ୍ପର୍କ ନେଇ ପ୍ରାଏ ସମସ୍ତେ ଜାଣନ୍ତି । ଅନେକ ସେଲିବ୍ରିଟିଙ୍କ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଅଂଶଧନ ରହିଛି। ପ୍ରୀତି ଜିଣ୍ଟା, ଶାହରୁଖ ଖାନ ଏବଂ ଶିଳ୍ପା ଶେଟ୍ଟୀ ଆଇପିଏଲ ଦଳ କିଣିବା ପରେ ଏବେ ଦୀପିକା- ରଣଭୀର ସିଂ ମଧ୍ୟ ଖୁବ ଶୀଘ୍ର ଦଳ କିଣିବେ ବୋଲି ଜଣା ପଡିଛି । ରଣଭୀର-ଦୀପିକା ଏ ନେଇ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଦ୍ୱାରା ପ୍ରବର୍ତ୍ତିତ ୨ଟି ନୂତନ ଆଇପିଏଲ ଦଳ ମଧ୍ୟରୁ ଗୋଟିଏ କିଣିବାକୁ ଚାହୁଁଛି । ଯଦି ଏହା ଘଟେ, ତେବେ ୨୦୨୨ର ଆଇପିଏଲ କ୍ରିକେଟ ଗ୍ରାଉଣ୍ଡର ଷ୍ଟାଣ୍ଡରେ ରଣଭୀର-ଦୀପିକାଙ୍କୁ ମଧ୍ୟ ଦେଖିପାରିବା । ଅକ୍ଟୋବର ୨୫ ଦୁବାଇରେ ନୂତନ ଆଇପିଏଲ ଦଳ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରିତି ଜିଣ୍ଟା ଏବଂ ଶାହରୁଖ ଖାନଙ୍କ ଦଳ ଆଇପିଏଲରେ ଦଳ କିଣିଛନ୍ତି । ୨୦୦୮ ରେ ଆଇପିଏଲ ଆରମ୍ଭରୁ ଶାହରୁଖ ଖାନ କୋଲକାତା ନାଇଟ ରାଇଡର୍ସ ଦଳର ମାଲିକ ଅଟନ୍ତି । ଉଭୟ ରଣଭୀର-ଦୀପିକା ଫିଲ୍ମ ପରେ ଏବେ ଟିଭି ସୋ ‘ବିଗ ପିକ୍ଚର୍‌’ରେ ପାଦ ଦେଇଛନ୍ତି। ଦୀପିକା ଖୁବଶୀଘ୍ର ରଣଭୀରଙ୍କ ସହ ଫିଲ୍ମ ‘୮୩’ ରେ ନଜର ଆସିବେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking