40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରଣାସାପ ଉଦ୍ଧାର

ରଣାସାପ ଉଦ୍ଧାର

ମୟୂରଭଞ୍ଜ: ଆଠଫୁଟରୁ ଉର୍ଦ୍ଧ୍ଵ ଲମ୍ବର ରଣାସାପ ଉଦ୍ଧାର।ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ବଡକରଞ୍ଜିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାଡରେ ଥିବା ଜାଲରେ ଏକ ବିଶାଳକାୟ ରଣାସାପ ଲାଗି ଯାଇଥିବାର ଦେଖିବାକୁ ପାଇ ଭୟଭୀତ ହୋଇ ପଡ଼ିଥିଲେ। ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ସୂଚନା କ୍ରମେ ଘଟଣାସ୍ଥଳରେ ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଛୟତ ଓ ତାଙ୍କ ଟିମ ପହଂଚି ଅତି ସତର୍କତାର ସହ ସାପଟିକୁ ଉଦ୍ଦାର କରିବା ପରେ ଶିମିଳିପାଳ ଜଙ୍ଗଲରେ ଛାଡି ଦେଇଥିଲେ। ତେବେ ସାପଟିର ଲମ୍ବ 08 ଫୁଟରୁ ଉର୍ଦ୍ଧ୍ବ ଥିବାବେଳେ ଏହାର ବୟସ 15 ବର୍ଷରୁ ଉର୍ଦ୍ଧ୍ବ ଓ 04 kg ଓଜନ ହେବ ବୋଲି ଅନୁମାନ କରାଯାଉଛି। ତେବେ କୃଷ୍ଣଚନ୍ଦ୍ରଙ୍କ କହିବା ଅନୁଯାୟୀ ସାଧାରଣତଃ ରଣାସାପ ଗୁଡିକ 3 ଫୁଟ ରୁ 4 ଫୁଟ ମଧ୍ୟରେ ଦେଖିବାକୁ ମିଳିଥାଏ , କିନ୍ତୁ ତାଙ୍କ 20 ବର୍ଷର ସାପଧରା ମଧ୍ୟରେ ଏତେ ବଡ଼ ରଣାସାପ ସେ ଦେଖିନଥିବାର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking