40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦ୍ୱାଦଶ ବୋର୍ଡ ପରୀକ୍ଷା ସମ୍ବନ୍ଧରେ ଆଧିକାରିକ ଘୋଷଣା ପାଇଁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିପାରେ । କାରଣ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଂକଙ୍କୁ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଶିକ୍ଷାମନ୍ତ୍ରୀ ସିବିଏସଇ, ଆଇସିଏସଇ ସମେତ ଅନ୍ୟ ରାଜ୍ୟ ବୋର୍ଡର ପରୀକ୍ଷା ଉପରେ ନିଷ୍ପତ୍ତି ନେବାର ଥିଲା । ହେଲେ ଆଜି ସେ କରୋନା ପରବର୍ତ୍ତୀ ସମସ୍ୟା ପାଇଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । ଗତ ମାସରେ ହୋଇଥିବା କେନ୍ଦ୍ର ମନ୍ତ୍ରୀଙ୍କ ବୈଠକ ପରେ ସେ କହିଥିଲେ ଯେ, ଶିକ୍ଷା ମନ୍ତ୍ରାଳୟ ଜୁନ ୧ ରେ ବୋର୍ଡ ପରୀକ୍ଷା ଉପରେ ଅଫିସିଆଲ ଘୋଷଣା କରିବେ ।
କେନ୍ଦ୍ର ସରକାର କାଲି ୩୧ ମେ ରେ ସୁପ୍ରିମକୋର୍ଟରୁ ପରୀକ୍ଷା ଉପରେ ନିର୍ଣ୍ଣୟ ନେବା ପାଇଁ ୨ ଦିନ ସମୟ ମାଗିଥିଲେ । ଶିକ୍ଷା ମନ୍ତ୍ରାଳୟକୁ ଗୁରୁବାର ୩ ଜୁନରେ ନିଜର ଶେଷ ନିର୍ଣ୍ଣୟ କୋର୍ଟକୁ ଦେବାର ଅଛି । ହେଲେ ଶିକ୍ଷାମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ଏବେ ନିଷ୍ପତ୍ତିରେ ବିଳମ୍ବ ହୋଇପାରେ । କହିରଖୁଛୁ, ଶିକ୍ଷାମନ୍ତ୍ରୀ ଏପ୍ରିଲରେ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ସେ ସୁସ୍ଥ ମଧ୍ୟ ହୋଇସାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking