24.1 C
Bhubaneswar
Tuesday, March 19, 2024
Homeଦେଶ ବିଦେଶ୧୨ରେ ସୁପ୍ରିମକୋର୍ଟରେ ରାମଦେବଙ୍କ ଶୁଣାଣି

୧୨ରେ ସୁପ୍ରିମକୋର୍ଟରେ ରାମଦେବଙ୍କ ଶୁଣାଣି

ନୂଆଦିଲ୍ଲୀ : ଜୁଲାଇ ୧୨ରେ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଆଗତ ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ଏଲୋପ୍ୟାଥି (ଭେଷଜ ଚିକିତ୍ସା) ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍‌ଏ)ର ବିଭିନ୍ନ ଶାଖା ପକ୍ଷରୁ ରାମଦେବଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ତେବେ ରବିବାର ରାତିରେ ମାମଲା ସମ୍ପର୍କିତ ଦସ୍ତାବିଜ୍‌ଗୁଡିକ ସୁପ୍ରିମକୋର୍ଟରେ ପହଞ୍ଚିଥିବାରୁ ସୋମବାର ଶୁଣାଣି ସମ୍ଭବ ହୋଇନଥିବା କୁହାଯାଇଛି । କୋଭିଡ୍ ପାଇଁ ପତଞ୍ଜଳି ଆଶ୍ରମ ଦ୍ୱାରା ପ୍ରସ୍ତୁତ କରୋନିଲ ଔଷଧକୁ ସରକାର ଖାରଜ କରିଦେବାପରେ ରାମଦେବ କ୍ଷୁବ୍ଧ ହୋଇ ଏଲୋପ୍ୟାଥିକୁ ଷ୍ଟୁପିଡ୍ ସାଇନ୍ସ ବୋଲି ଅଭିହିତ କରିଥିଲେ । ଏଥିରେ ଡାକ୍ତର ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ବିଭିନ୍ନ ହାଇକୋର୍ଟ ସମେତ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଛି । ଆସନ୍ତା ୧୨ରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠରେ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking