37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶମଧୁମେହ ରୋଗୀ ପାଇଁ ରାମବାଣ ବ୍ଲୁବେରୀ ଫଳ: ଅନେକ ପୋଷକତତ୍ୱରେ ଭରପୂର…

ମଧୁମେହ ରୋଗୀ ପାଇଁ ରାମବାଣ ବ୍ଲୁବେରୀ ଫଳ: ଅନେକ ପୋଷକତତ୍ୱରେ ଭରପୂର…

ନୂଆଦିଲ୍ଲୀ : ଆଜି କାଲିର ଅସ୍ୱାସ୍ଥ୍ୟକର ପରିବେଷ ଏବଂ ଖରାପ ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଯାହାଫଳରେ ଆମକୁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ଏହି ରୋଗମାନଙ୍କ ମଧ୍ୟରୁ ଡାଇବେଟିସ୍ ଅଥବା ମଧୁମେହ ଏକ ସାଧାରଣ ରୋଗ । ଯାହାକି ଅନେକ ଲୋକଙ୍କ ଦେହରେ ଦେଖା ଦେଇଥାଏ । ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏପରି ଏକ ଫଳ ଅଛି ଯାହାକୁ ସେବନ କରିବା ଦ୍ୱାରା ଏହା ରାମବାଣ ସଦୃଶ କାମ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଫଳ ବିଷୟରେ ଯାହାକୁ ସେବନ କରିବା ଦ୍ୱାରା ଶରୀରରେ ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ ।

ମଧୁମେହ ତଥା ଡାଇବେଟିସକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞମାନେ ଖାଦ୍ୟପେୟ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଖାଦ୍ୟ ଖାଇବାକୁ ନେଇ ଯେତିକି ଗୁରୁତ୍ୱ ଦିଅନ୍ତି ବ୍ୟାୟାମକୁ ନେଇ ମଧ୍ୟ ସେତିକି ଗୁରୁତ୍ୱ ଦିଅନ୍ତି । ଏତତ୍ ବ୍ୟତୀତ ନେଇ ସୁଗର ଲେବଲକୁ କିପରି ନିୟନ୍ତ୍ରଣ କରିଯାଇ ପାରିବ ସେ ଉପରେ ମଧ୍ୟ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏ ସବୁ ପରେ ମଧ୍ୟ ସେମାନେ କିଛି ଫଳ ଖାଇବାକୁ ମଧ୍ୟ କହିଥାନ୍ତି ଯାହାଫଳରେ ଏହା ମଧୁମେୟକୁ ନିୟନ୍ତ୍ରଣ କରି ପାରିବ ।

ଏହି ଫଳ ନିୟନ୍ତ୍ରଣ କରେ ମଧୁମେୟ:

ମଧୁମେହ ବ୍ୟକ୍ତିମାନେ ନିଜ ଖାଦ୍ୟରେ ବ୍ଲୁବେରି ଫଳକୁ ସାମିଲ କରିବା ଦ୍ୱାରା ଏହା ଶରୀରକୁ ଅନେକ ପ୍ରକାର ଲାଭଦେଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହାକୁ ଡାଇବେଟିସ୍ ତଥା ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତମାନେ ସେବନ କରିବା ଦ୍ୱାରା ସେମାନଙ୍କୁ ଅନେକ ଫାଇଦା ମିଳିଥାଏ । ତେବେ ଏହି ବ୍ଲୁବେରିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟ ହଜମ କରିବାରେ ସହାୟକ ହେବା ସହ ଏହା ରକ୍ତରେ ଥିବା ସୁଗର ଲେବଲକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବ୍ଲୁବେରି ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

ଅନ୍ୟପଟେ ମଧୁମେହ ଜନିତ ସମସ୍ୟାରେ, ଶରୀରରେ ଇନସୁଲିନ୍ ହୁଏ ନାହିଁ ଏହି କାରଣରୁ, ରକ୍ତରେ ସୁଗାର ଲେବଲ ନିୟନ୍ତ୍ରଣରେ ରୁହେ ନାହିଁ । ଏଥିପାଇଁ ମଧୁମେହ ସନ୍ତୁଳିତ ରଖିବାରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ ବିଶେଷଜ୍ଞମାନେ ଖାଦ୍ୟରେ ବ୍ଲୁବେରି ସାମିଲ୍ କରିବାକୁ ପରାମର୍ଶ ଦିଅନ୍ତି । ତେବେ ଏହି ବ୍ଲୁବେରୀ ଫଳରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି, କର୍କଟ ରୋଗର ପ୍ରତିରୋଧି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏହି ପ୍ରଚୁର ପରିମାଣରେ ମିଳିଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବା ସହ ଅନେକ ପ୍ରକାର ପୋଷକ ତତ୍ତ୍ୱ ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking