30.1 C
Bhubaneswar
Wednesday, April 24, 2024
Homeଓଡିଶାଅଗଷ୍ଟ ପ୍ରଥମ ସପ୍ତାହରେ ରମାଦେବୀ ବିଶ୍ୱବିଦ୍ୟାଳୟର ୟୁଜି ପିଜି ପରୀକ୍ଷା

ଅଗଷ୍ଟ ପ୍ରଥମ ସପ୍ତାହରେ ରମାଦେବୀ ବିଶ୍ୱବିଦ୍ୟାଳୟର ୟୁଜି ପିଜି ପରୀକ୍ଷା

ଭୁବନେଶ୍ୱର : ଅନଲାଇନ୍‌ରେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର)ପିଲାଙ୍କ ଶେଷ ସେମିଷ୍ଟର ପରୀକ୍ଷା ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ୧ରୁ ଉଭୟ ୟୁଜି ଓ ପିଜି ପୁଲାଙ୍କ ଫର୍ମ ପୂରଣ ଆରମ୍ଭ ହେବାକୁ ଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି । ତେବେ ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ମଧ୍ୟ ବିଶ୍ୱବିଦ୍ୟାଳୟ ପୋର୍ଟାଲରେ ଫର୍ମପୂରଣ ଫି’ ଦାଖଲ କରିବେ । ଏନେଇ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୪୮ଟି କଲେଜର ଅଧ୍ୟକ୍ଷଙ୍କ ସହିତ ଆଲୋଚନା ହୋଇଛି । ମେଣ୍ଟରିଂ ପାଇଁ ମଧ୍ୟ ଅଧ୍ୟାପକମାନଙ୍କୁ ଦାୟିତ୍ୱ ବଣ୍ଟନ ହୋଇଛି । ପ୍ରତ୍ୟେକ ଅଧ୍ୟାପକଙ୍କୁ ୧୦ରୁ ୧୫ ଜଣ ପିଲାଙ୍କ ଦାୟିତ୍ୱ ବଣ୍ଟନ କରାଯାଇଛି । ପିଲାଙ୍କ ପରୀକ୍ଷା ସୁପରିଚାଳନା ଦାୟିତ୍ୱ ମେଣ୍ଟର ଅଧ୍ୟାପକମାନଙ୍କୁ ନ୍ୟସ୍ତ କରାଯାଇଛି । ୟୁଜି, ପିଜି ଓ ବିଇଡି ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ବ୍ୟାକ୍ ପେପର୍ ଫର୍ମପୂରଣ ପାଇଁ ବିଜ୍ଞପ୍ତି ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ସରିତା ସୂପକାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking