40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରମାଙ୍କୁ ହତ୍ୟା ନେଇ ବଢ଼ୁଛି ଉତ୍ତେଜନା, ରମ୍ଭା ଥାନା ଘେରାଉ

ରମାଙ୍କୁ ହତ୍ୟା ନେଇ ବଢ଼ୁଛି ଉତ୍ତେଜନା, ରମ୍ଭା ଥାନା ଘେରାଉ

ପାଲୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳ ନିମିଶୁଳା ଗ୍ରାମରେ ରମା ପ୍ରଧାନଙ୍କ ହତ୍ୟା ଘଟଣାକୁ କେନ୍ଦ୍ରକରି ଦିନକୁ ଦିନ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ବୁଧବାର ନିମିଶୁଳା ଗ୍ରାମର ଶତାଧିକ ମହିଳା ପାଲଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ସରପଞ୍ଚଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସେହିଭଳି ଗୁରୁବାର ମଧ୍ୟ ଗ୍ରାମର ଶତାଧିକ ମହିଳା ରମ୍ଭା ଥାନା ଘେରାଉ କରି ଆଇଆଇସି କୃଷ୍ଣଚନ୍ଦ୍ର ସେଠୀଙ୍କୁ ଦାବିପତ୍ର ଦେଇଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହେଲେ ଆଗାମୀ ଦିନରେ ଭୟଙ୍କର ରୂପ ନେବ ବୋଲି ମହିଳାମାନେ କହିଛନ୍ତି । ହତ୍ୟା କରାଯିବାର ୪ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ମହିଳାଙ୍କ ଅସମ୍ମାନ ହେଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଦଫା ଲଗାଯାଇ ଫାଶୀଦଣ୍ଡରେ ଦଣ୍ଡିତ କରାନଗଲେ ଜିଲ୍ଲାପାଳ, ମହିଳା କମିଶନର, ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ପୁଲିସର ତଦନ୍ତ ଜାରି ରହିଥିବା ଓ ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି କହିଛନ୍ତି । ସରପଞ୍ଚଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ପ୍ରଧାନ ସହ ମୃତା ମହିଳାଙ୍କ ଝିଅ ତମାଳ ପ୍ରଧାନ, ଶାନ୍ତିଲତା ନାୟକ, ଉର୍ମିଳା ପ୍ରଧାନ, କବିତା ପ୍ରଧାନ, ରୀତା ଦାସ, ଲକ୍ଷ୍ମୀ ପ୍ରଧାନ, କିଶୋରୀ ପ୍ରଧାନ, ମହାଲକ୍ଷ୍ମୀ ପ୍ରଧାନ, କୁନ୍ତଳା ପ୍ରଧାନ ସମେତ ଶତାଧିକ ମହିଳା ଘେରାଉରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking