OnaKhabar

ରାମତୀର୍ଥରେ ମାଟିପୂଜା,ରାମମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାକୁ ପୂଜନମାଟି  ପ୍ରେରଣ     

ମୟୁରଭଞ୍ଜ- ଦୀର୍ଘଅପେକ୍ଷାର ଅବସାନ ଘଟାଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ଘୋଷଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଯୋଧ୍ୟା ରାମଜନ୍ମ ଭୂମିରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଯାହାକୁନେଇ ସାରା ଦେଶରେ ଆନନ୍ଦଉତ୍ସ୍ୟହ ଖେଳିଯାଇଛି। ଏଥିପାଇଁ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଠାରେ ଥିବା ରାମତୀର୍ଥ ନଦୀକୂଳରେ ପୂଜାର୍ଚ୍ଚନା ସହ ମାଟିପୂଜନ କରାଯାଇଛି।  ଆଗାମୀ ଅଗଷ୍ଟ ୫ ତାରିଖ ଦିନ  ଅଯୋଧ୍ୟାରେ ମର୍ଯାଦାପୁରୁଷ ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି  ଭୂମିପୂଜା ହେଉଥିବାର ସରକାର ଘୋଷଣା କରିଛନ୍ତି । ସେହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏଥିପାଇଁ ପୂର୍ବ ପ୍ରସ୍ତୁତି ସରିଛି । ଏହି ଅବସରରେ  ଯଶିପୁର  ଭାରତୀୟ ଜନତା ପାର୍ଟି  ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପକ୍ଷରୁ  ଯଶିପୁରର ଐତିହାସିକ ପବିତ୍ରସ୍ଥାନ ତଥା ଖଈରୀ ଭଣ୍ଡନ ନଦୀ  ପାର୍ଶ୍ବରେ  ଅବସ୍ଥିତ ରାମତୀର୍ଥରେ ଗୁରୁବାର ଦିନ  ବିଧିମୁତାବକ ପୂଜା ଅର୍ଚ୍ଚନା କରାଯାଇଛି  ।   ସେହି ପବିତ୍ର ରାମତୀର୍ଥ ଘାଟରେ   ପବିତ୍ର ମାଟିକୁ କର୍ତ୍ତା  ତଥା  ଯଶିପୁର  ବିଧାୟକ  ଗଣେଶ ରାମ ସିଂ ଖୁଣ୍ଟିଆ, ଓ ଅନ୍ୟ କର୍ମୀମାନେ   ବ୍ରାହ୍ମଣ ପୂଜକ ଦ୍ୱାରା  ହୋମଯଜ୍ଞ ସାଙ୍ଗକୁ  ପୂଜାପାଠ କରାଇ  ପବିତ୍ର ମାଟିକୁ    ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ  ମହାନ ଭବ୍ୟ ମନ୍ଦିର ନିର୍ମାଣ କାମରେ  ଲଗାଇବାକୁ  ଡାକ ଯୋଗେ ପ୍ରେରଣ କରିଛନ୍ତି  । ପୂଜା ଅର୍ଚ୍ଚନା ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା ।
– ଘାସିରାମ ବେହେରାଙ୍କ ରିପୋର୍ଟ

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111