30.1 C
Bhubaneswar
Wednesday, April 24, 2024
Homeମନୋରଞ୍ଜନ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ରାଖୀ ସାୱନ୍ତ

୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ରାଖୀ ସାୱନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ କହିଛନ୍ତି ଯେ ସେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତାଙ୍କ ବିବାଦୀୟ ବିବୃତ୍ତି ପାଇଁ ଲୋକପ୍ରିୟ ଥିବା ରାଖୀ ସାୱନ୍ତ ମଥୁରା ସାଂସଦ ହେମା ମାଲିନିଙ୍କ ମନ୍ତବ୍ୟର ଉତ୍ତରରେ ଏପରି କହିଛନ୍ତି। ଅଭିନେତ୍ରୀ କଙ୍ଗନା ରଣାୱତ ମଥୁରାରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କଳ୍ପନା ଜଳ୍ପନାର ପ୍ରତିକ୍ରିୟାରେ ଶନିବାର ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀ କହିଛନ୍ତି “ଭଲ, ଏହା ଭଲ କଥା … ଆପଣ କେବଳ ମଥୁରାରେ ଚଳଚ୍ଚିତ୍ର ତାରକା ଚାହୁଁଛନ୍ତି। ଆସନ୍ତାକାଲି ରାଖୀ ସାୱନ୍ତ ମଧ୍ୟ ନେତ୍ରୀ ହୋଇଯିବେ। ”

ହେମା ମାଳିନୀଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଥିବାବେଳେ ରାଖୀ ସାୱନ୍ତ ଏକ ଉପହାସ କରି କହିଛନ୍ତି: “ଏହା ଏକ ସିକ୍ରେଟ ଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଗୃହମନ୍ତ୍ରୀ ଅମିତ ଶାହା ମୋର ରାଜନୈତିକ ପଦକ୍ଷେପ ବିଷୟରେ ଖୁବ ଶୀଘ୍ର ଘୋଷଣା କରିବେ। କିନ୍ତୁ ମୁଁ ଅଧିକ ଖୁସି ହେଲି ଡ୍ରିମ୍ ଗାର୍ଲ୍ ହେମା ମାଳିନୀ ନିଜେ ଘୋଷଣା କରିଛନ୍ତି ଯେ ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ” ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସ୍ମୃତି ଇରାନୀ ପାର୍ଟ ୨ ହେବି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ପୂର୍ବରୁ ଚା’ ବିକ୍ରି କରୁଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ହୋଇପାରିବେ, ତେବେ ସେ ମଧ୍ୟ ଅତି କମରେ ମୁଖ୍ୟମନ୍ତ୍ରୀ ହୋଇପାରିବେ। “ମୁଁ ପିଲାଦିନରୁ ସମାଜର ସେବା କରିଆସୁଛି। ମୁଁ ଦେଶର ସେବା କରିବା ପାଇଁ ଜନ୍ମ ହୋଇଛି ବୋଲି ରାଖୀ ସାୱନ୍ତ କହିଛନ୍ତି।

ମାର୍ଚ୍ଚ ୨୦୧୪ ରେ, ସେ ମୁମ୍ବାଇ ଉତ୍ତର-ପଶ୍ଚିମରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏପରିକି ‘ରାଷ୍ଟ୍ରିୟ ଆମ୍ ପାର୍ଟି’ ନାମକ ଏକ ଦଳ ଆରମ୍ଭ କରିଥିଲେ। ତେବେ ରାକ୍ଷୀ ସବୁବେଳେ ନିଜ ଷ୍ଟାଇଲ ଓ ଲୁକ୍ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ୨୦୨୪ ରେ ସେ ପ୍ରକୃତରେ ନିର୍ବାଚନରେ ଭାଗ ନେବେ କି ନାହିଁ ତାହା ସମୟ ଆସିଲେ ଜଣାପଡିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking