30.1 C
Bhubaneswar
Friday, April 19, 2024
Homeରାଜ୍ୟସଭା ନିର୍ବାଚନ -୨୦୨୨ରାଜ୍ୟସଭା ନିର୍ବାଚନ ୨୦୨୨ : ପ୍ରମୁଖ ଦଳ ମାନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ତାଲିକା

ରାଜ୍ୟସଭା ନିର୍ବାଚନ ୨୦୨୨ : ପ୍ରମୁଖ ଦଳ ମାନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ତାଲିକା

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜୁନ୍ ୧୦ ରେ ହେବ ରାଜ୍ୟସଭା ନିର୍ବାଚନ । ଚଳିତ ବର୍ଷ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନ ସମେତ ୧୫ ଟି ରାଜ୍ୟରୁ ପ୍ରାୟ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏ ନେଇ ଦଳ ଗୁଡିକ ପକ୍ଷରୁ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି ।
ବିଜେପି-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଙ୍କୁ ନେଇ ବିଜେପି ୧୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ।
କର୍ଣ୍ଣାଟକ-ନିର୍ମଳା ସୀତାରମଣ, ଜଗେଶ, ଲାହର ସିଂ ସିରୋୟା
ମହାରାଷ୍ଟ୍ର-ପୀୟୁଷ ଗୋୟଲ, ଅନୀଲ ସୁଖଦେବରାଓ ବନ୍ଦେ
ରାଜସ୍ଥାନ-ଘନଶ୍ୟାମ ତିବ୍ୱାରୀ
ଉତ୍ତରପ୍ରଦେଶ-ଲକ୍ଷ୍‌ମୀକାନ୍ତ ବାଜପେୟୀ,ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ରସିଂ ନାଗୋର, ବାବୁରାମ ନିଷଦ,ଦର୍ଶନ ସିଂ, ସଙ୍ଗୀତା ଯାଦବ, ମିଥଲେଶ କୁମାର, କେ ଲକ୍ଷ୍‌ଣ
ଉତ୍ତରାଖଣ୍ଡ-କଳ୍ପନା ସାଇନି
ବିହାର-ସତୀଶ ଚନ୍ଦ୍ର ଦୁବେ, ଶମ୍ଭୁ ଶରନ ପଟେଲ
ହରିୟାଣା-କ୍ରିଷନ ଲାଲ ପନୱର
ମଧ୍ୟପ୍ରଦେଶ-ସୁମିତ୍ରା ବାଲ୍ମିକ
କଂଗ୍ରେସ- ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ତାଲିକା କଂଗ୍ରେସ ପ୍ରକାଶ କରିଛି ।
ଛତିଶଗଡ- ରାଜୀବ ଶୁକ୍ଲା, ରଞ୍ଜିତ ରଞ୍ଜନ
ହରିୟାଣା-ଅଜୟ ମକେନ
କର୍ଣ୍ଣାଟକ-ଜୟରାମ ରମେଶ
ମଧ୍ୟପ୍ରଦେଶ-ବିବେକ ତଙ୍ଖା
ମହାରାଷ୍ଟ୍ର- ଇମ୍ରାନ ପ୍ରତାପଗ୍ରାହୀ
ରାଜସ୍ଥାନ-ରନ୍ଦୀପ ସୁରଜୱାଲା, ମୁକୁଲ ୱାସନିକ, ପ୍ରମୋଦ ତିୱାରୀ
ତାମିଲନାଡୁ-ଚିଦାମ୍ବରମ
ବିଜେଡି-ଓଡିଶା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ତିନି ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ଏବଂ ଗୋଟିଏ ପଦରୁ ଇସ୍ତଫା ଦେବା ପରେ ଏହି ସବୁ ଆସନ ପାଇଁ ନିର୍ବାଚନ ହେବ ।
ଓଡିଶା-ସୁଲତା ଦେଓ,ମାନସ ମଙ୍ଗରାଜ,ନିରଞ୍ଜନ ବିଶି,ସସ୍ମିତ ପାତ୍ର
ସମାଜବାଦୀ ପାର୍ଟି(ଏସପି)-ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଖିଳେଶ ଯାଦବଙ୍କ ସମାଜ ବାଦୀ ପାର୍ଟି ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି ।ଦଳ ଦୁଇ ଜଣ ପ୍ରତ୍ୟକ୍ଷ ସଦସ୍ୟ ଏବଂ ଦୁଇ ଜଣ ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ କରିଛି ।
ଉତ୍ତରପ୍ରଦେଶ-ଡିମ୍ପଲ ଯାଦବ, କପିଲ ସିବଲ, ଜାଭେଦ ଅଲ୍ଲି ଖାନ, ଜୟନ୍ତ ଚୈାଧୁରୀ
ଡିଏମକେ-ତାମିଲନାଡୁର ଶାସକ ଦଳ ଦ୍ରାବିଡା ମୁନ୍ନେଟ୍ରା କାଜଗାମ (ଡିଏମକେ ) ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
ତାମିଲନାଡୁ-ଥାନଜାଇ କଲ୍ୟାଣ ସୁନ୍ଦରମ, କେଆରଏନ ରାଜେଶକୁ୍‌ମାର , ଗିରି ରାଜନ
ଏଆଇଏଡିଏମକେ-ତାମିଲନାଡୁର ମୁଖ୍ୟ ବିରୋଧି ଦଳ ଆଏଇଡିଏମକେ ଏହାର ଦୁଇ ବରିଷ୍ଟ ନେତାଙ୍କୁ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।
ତାମିଲନାଡୁ-ସି ଭି ସନମୁଗମ, ଆର ଧର୍ମ
ୱାଇଏସଆର କଂଗ୍ରେସ- ଆନ୍ଧ୍ରପ୍ରଦେଶ ରେ ଶେସକ ୱାଇଏସଆର କଂଗ୍ରେସ ଦଳ ରାଜ୍ୟରେ ୪ ଟି ରାଜ୍ୟସଭା ଆସନ ପୂରଣ କରିବାକୁ ପ୍ରାର୍ଥୀଙ୍କନାମ ପ୍ରକାଶ କରିଛି ।
ଆନ୍ଧ୍ରପ୍ରଦେଶ –ଭଇ ବିଜୟାଇ ରେଡ୍ଡୀ, ଏସ ନିରଂଜନ ରେଡ୍ଡୀ, ବିଡା ମସ୍ତାନ ରାଓ, ଆର କୃଷ୍ଣ
ଶିବ ସେନା ଏବଂ ଏନସିପି- ଉଭୟ ଶିବ ସେନା ଏବଂ ଏନସିପି ମହାରାଷ୍ଟ୍ରର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ।
ପଞ୍ଜାବ- ବିକ୍ରମ ଜିତ୍ ସାହାନୀ, ସନ୍ଥ ବଲବୀର ସିଂ,
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି ) -ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଂ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ସମେତ ଦୁଇ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି ଆରଜେଡି ।
ବିହାର-ମିସା ଭାରତୀ, ଡ. ଫାୟାଜ ଅହମଦ
ଜନତା ଦଳ(ୟୁନାଇଟେଡ)-ଜନତା ଦଳ ଏହାର ଏକମାତ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ଏଥର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂ ଙ୍କୁ ପୁନର୍ବାର ମନୋନୀତ କରି ନାହିଁ ।
ବିହାର –ଖିରୁ ମହଟୋ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking