33.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟ ବଜେଟ : ବିପର୍ଯ୍ୟୟ ମୁକାବିଲାରେ ମଡେଲ ପାଲଟିଛି ଓଡ଼ିଶା

ରାଜ୍ୟ ବଜେଟ : ବିପର୍ଯ୍ୟୟ ମୁକାବିଲାରେ ମଡେଲ ପାଲଟିଛି ଓଡ଼ିଶା

ଭୁବନେଶ୍ୱର : ରାଜ୍ୟ ବଜେଟ୍‌ ଆଜି ଉପସ୍ଥାପନ ହେଉଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାର ବିଧାନସଭାରେ ବଜେଟ୍‌ଉପସ୍ଥାପନ କରୁଛନ୍ତି । ବଜେଟରେ ମୋଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ରହିଛି। ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩ ହଜର ୨ ଶହ କୋଟି ଓ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ୍ନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି ବ୍ୟୟ କରାଯିବ।
ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶା ସର୍ବାଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ବିପର୍ଯ୍ୟୟ ମୁକାବିଲାରେ ମଡେଲ ରାଜ୍ୟ ପାଲଟିଛି ଓଡ଼ିଶା।୫ ଥର କୃଷି କର୍ମଣ ପୁରସ୍କାର ପାଇ କୃଷିରେ ପରାକାଷ୍ଠା ଦେଖାଇଛି। ରାଜ୍ୟ ବଜେଟ ନିଅଣ୍ଟରୁ ବଜେଟ ବଳକା ରାଜ୍ୟରେ ପହଞ୍ଚିଛି।ମୁଖ୍ୟମନ୍ତ୍ରୀଙ୍କ ୫ଟି ଓ ମୋ ସରକାର ମନ୍ତ୍ର ଆମକୁ ପ୍ରେରଣା ଦେଇଛି। ଇ-ବଜେଟ ପ୍ରସ୍ତୁତ କରି ବଜେଟ ମୁଦ୍ରଣ ଖର୍ଚ୍ଚ ହ୍ରାସ କରିଛୁ।ଇ-ବଜେଟ ଦ୍ୱାରା କାଗଜ ଏବଂ ବୃକ୍ଷ ସଂରକ୍ଷଣ କରିପାରିଛୁ। ଇ-ବଜେଟ ପ୍ରସ୍ତୁତିରେ ଓଡ଼ିଶା ଦେଶରେ ଦ୍ୱିତୀୟ ରାଜ୍ୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking