27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜେନ୍ଦ୍ର ଓ ଅଜିତ ଙ୍କୁ ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ରାଜେନ୍ଦ୍ର ଓ ଅଜିତ ଙ୍କୁ ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର: ଆଜି ସ୍ଥାନୀୟ ଶୈଳଶ୍ରୀ ପେଲେସ୍ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ରାଜ୍ଯ ବିଜୁ ଯୁବ ଜନତା ଦଳର ସମ୍ପାଦକ ଅଜିତ ଯୋଷି ଓ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା ଙ୍କୁ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଜଣାଯାଇଛି। ଆଜି ରାଜ୍ଯ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ରାଜ୍ଯ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ଓ ବଲାଙ୍ଗିର ଜିଲ୍ଲା ର ସମସ୍ତ ନେତୃମଣ୍ତଳୀ ରାଜେନ୍ଦ୍ର ଓ ଅଜିତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ଶୈଳଶ୍ରୀ ପେଲେସ୍ ଠାରେ ଅଶୋକ ମହାନ୍ତିଙ୍କ ସଭାପତିତ୍ୱ ଓ ବିଭୁତି ଭୁଷଣ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମଞ୍ଚାସୀନ ବରିଷ୍ଠ ସଦସ୍ଯ ମାନେ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ର ସଙ୍ଗଠନ କୁ ମଜଭୁତ କରିବା ପାଇଁ ନବ ନିଯୁକ୍ତ ସଭ୍ଯ ଙ୍କୁ ଆହ୍ବାନ ଦେଇ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ କ୍ରୁତଜ୍ଞତା ଜ୍ଞାପନ କରିଥିଲେ । ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତା ତାଙ୍କ ଅଭିଭାଷଣ ରେ ଆଗାମୀ ଦିନରେ ଜିଲ୍ଲାର ଯୁବ ସଂଙ୍ଗଠନ କୁ ସୁଦୃଢ଼ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିବା ସହିତ ଯୁବ ଓ ଛାତ୍ର ମାନଙ୍କୁ ନିଜର ଆନୁଗତ୍ଯ ପ୍ରତିପାଦନ କରି ଦଳ ଓ ନେତାଙ୍କ ଆଭିମୁଖ୍ୟ ବିଚାର ଧାରା ରେ ଅନୁପ୍ରାଣିତ ହୋଇ ରାଜନୈତିକ ଭବିଷ୍ଯତ ଗଢିବା କୁ ଆହ୍ବାନ ଦେଇଥିବା ବେଳେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ ,କଳିକେଶ ନାରାୟଣ ସିଂହଦେଓ, ଅର୍କେଷ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ଜିଲ୍ଲା ର ସମସ୍ତ ନେତୃମଣ୍ତଳୀ ବିଜୁ ପରିବାରର ର ସମସ୍ତ ସଦସ୍ଯ ଙ୍କୁ କ୍ରୁତଜ୍ଞତା ଜ୍ଞାପନ କରିଥିଲେ । ସେହିଭଳି ରାଜ୍ଯ ଯୁବ ସମ୍ପାଦକ ଅଜିତ ଯୋଷି ମଧ୍ଯ ସମସ୍ତଙ୍କୁ କ୍ରୁତଜ୍ଞତା ଜ୍ଞାପନ କରିଥିଲେ। ଏହି ସଭାରେ ମଞ୍ଚାସୀନ ହୋଇଥିଲେ ବରିଷ୍ଠ ଉପସଭାପତି ଉମା ଶଙ୍କର ସିଂ, ଓମକାର ନାୟକ, ଲକ୍ଷ୍ମଣ ମେହେର, ରାଜ୍ଯ ଆବାହକ କୈଳାସ ମହାନ୍ତି, ଶୁଶିଲ କୁମାର ଚାନ୍ଦ, ଗୋଲାପ ବାଗ, ଲିପି ଶ୍ରୀ ସାଏ, ଗୁଞ୍ଜ ଖାଁ ଥିବାବେଳେ । ଏହି ସଭାରେ ବଲାଙ୍ଗିର ଜିଲ୍ଲାର ବିଜୁ ଜନତା ଦଳ ର ବରିଷ୍ଠ ସଦସ୍ଯ ମହିଳା ସଦସ୍ଯା ଯୁବ ସଂଙ୍ଗଠକ ଛାତ୍ର ସଂଙ୍ଗଠକ ମାନଙ୍କ ସହିତ ଅନେକ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking